
ଢେଙ୍କାନାଳ ବନଖଣ୍ଡ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଖଟୁଆହତା ଗାଁ ନିକଟରେ ଇଟା ଫାକ୍ଟ୍ରି ଶ୍ରମିକକୁ ଶୁଣ୍ଢରେ କଚାଡି ଦେଲା ଦନ୍ତା। ଗୁରୁତର ଶ୍ରମିକ ଜଣଙ୍କ କାମାକ୍ଷାନଗର ଥାନା ବିଜାଡ଼ିହି ଗାଁର ରେଞ୍ଚା ବେହେରା। ରେଞ୍ଚା ଶୌଚ ପାଇଁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ତେବେ ରେଞ୍ଚାଙ୍କର ଗୋଟିଏ ଗୋଡ଼ ଛିଣ୍ଡି ଯାଇଥିବା ବେଳେ ଅନ୍ୟ ଏକ ଗୋଡ଼ ଏବଂ ଛାତିରେ ଗଭୀର ଆଘାତ ଲାଗିଛି। ସଂକଟାପନ୍ନ ଭାବେ ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
