
ଦୁଇ ଭାଇଙ୍କୁ ଦଳିଦେଲା ଦନ୍ତା । ଜଣେ ମୃତ, ଅନ୍ୟ ଜଣେ ଗୁରୁତର । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ କୁନ୍ନାକାଡୁ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ କାଣୁ ମାଝୀଙ୍କ ୭ ବର୍ଷର ପୁଅ ରବି ମାଝୀ । ଗୁରୁତର ହେଲେ ସାମରି ମାଝୀ । ଆଜି ଦୁଇ ଭାଇ ଚାଷଜମିକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

