
ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା । ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ହେଲେ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗାଁର ଅର୍ଜୁନ ଡାକୁଆଙ୍କ ପୁଅ ବିଜନ ଡାକୁଆ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ସକାଳ ୭ରେ ଘର ଠାରୁ ୫୦୦ ମିଟର ଦୂରକୁ ବିଜନ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ । ହାତୀଟି ବିଜନଙ୍କୁ ଟେକି କଚାଡି ଦେବା ସହ ଗୋଡ଼ରେ ଦଳି ଦେଇଥିଲା । ବିଜନଙ୍କ ଚିତ୍କାର ଶୁଣି ଘର ଲୋକ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡାଇ ଦେଇଥିଲେ। କିନ୍ତୁ ସେତେବେଳକୁ ବିଜନଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପରେ ଗାଁରେ ଅସନ୍ତୋଷ ପ୍ରକାଶ ପାଇବା ସହ କ୍ଷତିପୂରଣ ସହ ହାତୀକୁ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଦାବି କରିଛନ୍ତି। ଘଟଣା ଘଟିବାର ଦେଢ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପୁଲିସ କି ବନ ବିଭାଗ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଯାହା ପାଇଁ ଅସନ୍ତୋଷ ବଢିବାରେ ଲାଗିଛି।

