Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦନ୍ତା ଆକ୍ରମଣରେ ଚାଲିଗଲା ଜୀବନ

Posted on October 11, 2025

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ବୋରୱେଲ ଗାଡ଼ି ମାଲିକଙ୍କ ଜୀବନ। ମୃତକ ହେଉଛନ୍ତି ବୋରୱେଲ ଗାଡ଼ି ମାଲିକ ସାଇଦୁଲୁ ରୁଦ୍ରାରାପୁ । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅଧୀନ ଖଜୁରିଆକଟା ସେକ୍ସନ ନିମବାହାଳି ଗାଁ ନିକଟରେ ଶନିବାର ସକାଳୁ ଏଭଳି ଅଭାନନୀୟ ଘଟଣା ଘଟିଛି।

ସୂଚନା ମୁତାବକ, ସାଇଦୁଲୁ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡ ଜିଲ୍ଲାର ଚିତ୍ୟାଲାମଣ୍ଡଲ ଥାନା ଚନ୍ଦ୍ରପୁର କଲୋନିରେ ରୁହନ୍ତି। ଶନିବାର ଭୋର ସମୟରେ ନିମବାହାଳି – ଗୁଳେହି ରାସ୍ତାର ନିମବାହାଳି ଗାଁ ମୁଣ୍ଡରେ ରାସ୍ତା କଡ଼ରେ ଗାଡ଼ି ରଖି ସେ ଶୌଚ ହେବାକୁ ଯାଇଥିଲେ। ହାତୀ ଆସୁଥିବା ପାଟି ଶୁଣି ପଳାଇଯିବାକୁ ଉଦ୍ୟମ କରିଥିଲେ । ହେଲେ ହାତୀଟି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଫରେଷ୍ଟଗାର୍ଡ ନିକୁଞ୍ଜ ମହାରଣା ପହଞ୍ଚି ବାଲିମି ପୁଲିସ ସହଯୋଗରେ ଶବକୁ ଜବତ କରିଥିବା ସୂଚନା ମିଳିଛି । ନିଗମ ବୋରୱେଲର ମାଲିକ ନିଗମାନନ୍ଦ ସାହୁ ପହଞ୍ଚି ଗାଡ଼ି ମାଲିକଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି ଶବ ବ୍ୟବଚ୍ଛେଦ ପାଇଁ ସହଯୋଗ କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme