Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ, G-20 ଶିଖର ସମ୍ମିଳନୀରେ ଦେବେ ଯୋଗ

Posted on November 21, 2025

ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ଜୋହାନ୍ସବର୍ଗ ଅଭିମୁଖେ ବାହାରିଲେ ପିଏମ୍। ସେ ଜି-୨୦ ଦେଶର ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ଅବସରରେ ଭାରତ ଏବଂ ଗ୍ଲୋବାଲ ସାଉଥ୍ ସହ ଜଡ଼ିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଜି-୨୦ ଶିଖର ସମ୍ମିଳନୀରେ ଦୃଢତାର ସହ ଉଠାଯିବ। ଏନେଇ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦ତମ ଶିଖର ସମ୍ମିଳନୀ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଆଫ୍ରିକୀୟ ମହାଦେଶରେ ଶିଖର ସମ୍ମିଳନୀର ଆୟୋଜନ ହେଉଛି। ଏହାଦ୍ଵାରା ଆଫ୍ରିକା ଏବଂ ବିକାଶଶୀଳ ଦେଶଗୁଡ଼ିକର ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ବିଶ୍ୱର ଧ୍ୟାନ ଆକର୍ଷଣ କରିବ। ୨୦୨୩ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଚଳିତ ବର୍ଷ ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଛି।

ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିବେ। ଏହି ସମୟରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଦକ୍ଷିଣ ଆଫ୍ରିକା ଗସ୍ତ। ପୂର୍ବରୁ, ସେ ୨୦୧୬ରେ, ୨୦୧୮ରେ ଏବଂ ୨୦୨୩ ରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଯାଇଥିଲେ। ଚଳିତ ବର୍ଷ ଶିଖର ସମ୍ମିଳନୀ ସଂହତି, ସମାନତା, ସ୍ଥାୟୀତ୍ୱ’ ଥିମ୍ ଉପରେ ଆଧାରିତ। ଭାରତ ଅଧ୍ୟକ୍ଷତା ସମୟରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଋଣ ସ୍ଥରତା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେଇଥିଲା।

ଜି-୨୦ ହେଉଛି ବିଶ୍ୱର ୨୦ ପ୍ରମୁଖ ଅର୍ଥବ୍ୟବସ୍ଥାର ଏକ ସମୂହ। ଯାହାକି ବୈଶ୍ଵିକ ଜିଡିପି, ବାଣିଜ୍ୟ ଏବଂ ଜନସଂଖ୍ୟାର ଏକ ବଡ଼ ଅଂଶକୁ ପ୍ରତିନିଧିତ୍ୱ କରେ। ଆତଙ୍କବାଦ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ଜି-୨୦ ମୁଖ୍ୟତଃ ଅର୍ଥନୈତିକ ପ୍ରସଙ୍ଗ ଉପରେ କେନ୍ଦ୍ରିତ ଏକ ମଞ୍ଚ। ତେଣୁ ସମସ୍ତ ଆଲୋଚନା ସେହି ଦିଗରେ ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme