Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ, G-20 ଶିଖର ସମ୍ମିଳନୀରେ ଦେବେ ଯୋଗ

Posted on November 21, 2025

ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରୁ ଜୋହାନ୍ସବର୍ଗ ଅଭିମୁଖେ ବାହାରିଲେ ପିଏମ୍। ସେ ଜି-୨୦ ଦେଶର ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ଅବସରରେ ଭାରତ ଏବଂ ଗ୍ଲୋବାଲ ସାଉଥ୍ ସହ ଜଡ଼ିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଜି-୨୦ ଶିଖର ସମ୍ମିଳନୀରେ ଦୃଢତାର ସହ ଉଠାଯିବ। ଏନେଇ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦ତମ ଶିଖର ସମ୍ମିଳନୀ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଆଫ୍ରିକୀୟ ମହାଦେଶରେ ଶିଖର ସମ୍ମିଳନୀର ଆୟୋଜନ ହେଉଛି। ଏହାଦ୍ଵାରା ଆଫ୍ରିକା ଏବଂ ବିକାଶଶୀଳ ଦେଶଗୁଡ଼ିକର ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ବିଶ୍ୱର ଧ୍ୟାନ ଆକର୍ଷଣ କରିବ। ୨୦୨୩ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଚଳିତ ବର୍ଷ ଏହି ସମ୍ମିଳନୀର ଅଧ୍ୟକ୍ଷତା କରୁଛି।

ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିବେ। ଏହି ସମୟରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଦକ୍ଷିଣ ଆଫ୍ରିକା ଗସ୍ତ। ପୂର୍ବରୁ, ସେ ୨୦୧୬ରେ, ୨୦୧୮ରେ ଏବଂ ୨୦୨୩ ରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଯାଇଥିଲେ। ଚଳିତ ବର୍ଷ ଶିଖର ସମ୍ମିଳନୀ ସଂହତି, ସମାନତା, ସ୍ଥାୟୀତ୍ୱ’ ଥିମ୍ ଉପରେ ଆଧାରିତ। ଭାରତ ଅଧ୍ୟକ୍ଷତା ସମୟରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଋଣ ସ୍ଥରତା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେଇଥିଲା।

ଜି-୨୦ ହେଉଛି ବିଶ୍ୱର ୨୦ ପ୍ରମୁଖ ଅର୍ଥବ୍ୟବସ୍ଥାର ଏକ ସମୂହ। ଯାହାକି ବୈଶ୍ଵିକ ଜିଡିପି, ବାଣିଜ୍ୟ ଏବଂ ଜନସଂଖ୍ୟାର ଏକ ବଡ଼ ଅଂଶକୁ ପ୍ରତିନିଧିତ୍ୱ କରେ। ଆତଙ୍କବାଦ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ଜି-୨୦ ମୁଖ୍ୟତଃ ଅର୍ଥନୈତିକ ପ୍ରସଙ୍ଗ ଉପରେ କେନ୍ଦ୍ରିତ ଏକ ମଞ୍ଚ। ତେଣୁ ସମସ୍ତ ଆଲୋଚନା ସେହି ଦିଗରେ ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme