Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଥିମେଟ୍ ଖାଇ ୩ ଶିଶୁ ଗୁରୁତର

Posted on November 21, 2025

ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ । ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ । ସେମାନଙ୍କୁ ଭୋକ ଲାଗିବାରୁ ଘରୁ ଲୁଣ ଆଣିଥିବା ଭାବି ଥିମେଟ ସହ ପିଆଜ ଗୋଳାଇ ଖାଇ ଦେଇଥିଲେ । ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୁରୁତର ୩ ଶିଶୁ ଯୁବରାଜ , ଇନ୍ଦୁରେଖା ଓ ଘନଶ୍ୟାମ ।

ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ସେମାନଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ସେପଟେ ଅଧିକା ଯୁବରାଜଙ୍କ ଅବସ୍ଥା ଅଧିକ ସାଙ୍ଘାତିକ ହେବାରୁ ତାଙ୍କୁ ରାତିରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme