
ତାଳଚେର: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ହତ୍ୟାକାରୀ ଚଗଲା ଅମାନ୍ତ ମୃତକ ସନ୍ତୋଷ ମହାପାତ୍ରଙ୍କୁ ଏକ ଭୋଜିରେ ରୋଷେଇ କରିବାକୁ ଡାକି ନେଇଥିଲେ । ସେହି ଭୋଜି ଠାରେ ଚଗଲା ଅମାନ୍ତଙ୍କର ୭ ହଜାର ୨୦୦ ଟଙ୍କା ସନ୍ତୋଷ ଚୋରାଇ ଆଣିଥିବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଆଜି ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ତାଳଚେର ଥାନା ନିକଟରେ ଯୁକ୍ତିତର୍କ ହୋଇଥିଲା ଯାହାକୁ ନେଇ ହତ୍ୟାକାରୀ ଚଗଲା ଏକ ପେଚକସ ମାଧ୍ୟମରେ ତାଙ୍କ ବେକକୁ ଆକ୍ରମଣ କରିଥିଲା । ପୋଲିସ ଚଗଲାଙ୍କୁ ଘଟଣା ସ୍ଥଳରୁ ସନ୍ତୋଷଙ୍କୁ ଉଦ୍ଧାର କରି ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସନ୍ତୋଷଙ୍କୁ ଭୋଜି କରିବାକୁ ଡାକି ନେଇ ଚଗଲା ତାଙ୍କ ପଇସା ଦେଇନଥିବା ବେଳେ ମାଗିବାରୁ ସେ ଏଭଳି ହତ୍ୟା କାଣ୍ଡ ଘଟାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଆଉ କିଛି ସମୟପରେ ସାଇଣ୍ଟିଫିକ ଟିମ ପହଞ୍ଚିବ ବୋଲି ତାଳଚେର ଏସଡିପିଓ ଭରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି

