Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଥରାଇ ଦେଲା ଅସମ୍ଭାଳ ଜାଡ଼, ୫ ଡିଗ୍ରୀକୁ ଖସି ଆସିଲା ଦିନ ତାପମାତ୍ରା

Posted on January 7, 2026

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା । ୫ ଡିଗ୍ରୀକୁ ଖସି ଆସିଲା ଥଣ୍ଡା । ଅସମ୍ଭାଳ ଜାଡ଼ ଥରାଇ ଦେଲା । ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା । ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍ ସିଟି । ଆଗକୁ ବି ଏଥିରୁ ତ୍ରାହି ମିଳିବାର ଆଶା ନାହିଁ । ଆସନ୍ତା ୨ରୁ ୩ ଦିନ ଯାଏ ପୂରା ଓଡ଼ିଶା ଥରିବ । ୬ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବୁଧବାର ରାତି ତାପମାତ୍ରା ଝାରସୁଗୁଡ଼ାରେ ୫ଡିଗ୍ରୀ, ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ରେ ୭, ଫୁଲବାଣୀରେ ୮, ବୌଦ୍ଧ, ଅନୁଗୁଳ, କୋରାପୁଟ, ବଲାଙ୍ଗୀର, ଢେଙ୍କାନାଳରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ଝାରସୁଗୁଡ଼ାରେ ୬ ଡିଗ୍ରୀ, ରାଉରକେଲାରେ ୭, ସୁନ୍ଦରଗଡ଼ ଓ ଫୁଲବାଣୀରେ ୮, କୋରାପୁଟ ଓ ବଲାଙ୍ଗୀରରେ ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୦ ତାରିଖରେ ବି ପୂରା ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତ୍ସିଂହପୁର ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତସିଂହପୁରରେ ଶୀତ ଲହରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଝାରସୁଗୁଡ଼ାରେ ଗତକାଲି ରେକର୍ଡ ଶୀତ ଅନୁଭୂତ ହୋଇଥିଲା । ୫.୧ ଡିଗ୍ରୀ ରାତି ତାପମାତ୍ରା ସହ ଏହା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଝାରସୁଗୁଡ଼ା ସମେତ ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ରାଉରକେଲାରେ ୬.୬, କିରେଇ ଓ ଜି ଉଦୟଗିରିରେ ୬.୮, ଦାରିଙ୍ଗବାଡ଼ିରେ ୭.୫, ସୁନ୍ଦରଗଡ଼ରେ ୭.୬, ସେମିଳିଗୁଡ଼ାରେ ପାରଦ ୮.୫ ଡିଗ୍ରୀ ରହିଥିଲା । କଟକରେ ୧୦ ଡିଗ୍ରୀ ଓ ଭୁବନେଶ୍ୱରରେ ୧୨.୯ ଡିଗ୍ରୀ ରହିଥିଲା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ପରେ ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme