Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତ୍ରିରଙ୍ଗାର ଅପମାନ କଲେ ଆତଙ୍କବାଦୀ

Posted on November 26, 2025

କନାଡ଼ାର ଅଟୱା ସହରରେ ଖଲିସ୍ତାନୀ ଆତଙ୍କବାଦୀମାନେ ଜନମତ ସଂଗ୍ରହ କରିବା ଅବସରରେ ଭାରତୀୟ ପତାକା ତ୍ରିରଙ୍ଗାର ଅପମାନ କରିଛନ୍ତି । ଖାଲି ସେତିକି ନୁହେଁ ଏମାନେ ଭାରତର ପ୍ରଧାନମନ୍ତ୍ରୀ ଓ ଅଧିକାରୀଙ୍କୁ ମାରିଦିଅ ବୋଲି ସ୍ଲୋଗାନ ଦେଇଛନ୍ତି । ଆତଙ୍କବାଦୀମାନେ ଏକ ଅନୌପଚାରିକ ତଥା ବେଆଇନ୍ ବେଟିଂରେ ଅଂଶଗ୍ରହଣ କରିଥିଲେ ଓ ଏହା ‘ଖଲିସ୍ତାନ ରେଫରେଣ୍ଡମ’ ବୋଲି କୁହାଯାଇଥିଲା । ଏହି ବେଟିଂ ଜରିଆରେ ସେମାନେ ଏକ ପ୍ରଶ୍ନ ପଚାରିଥିଲେ ।

ଭାରତଠାରୁ ପଞ୍ଜାବକୁ ଅଲଗା କରି ଏକ ନୂଆ ଦେଶ ଖଲିସ୍ତାନ ଗଠନ କରିବା ଆବଶ୍ୟକ କି ବୋଲି ପ୍ରଶ୍ନ କରିଥିଲେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବେଟିଂରେ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଲୋକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଳଦିଆ ରଙ୍ଗର ପତାକା ନେଇ ପାଖାପାଖି ଦୁଇ କିମିର ଲାଇନ୍ରେ ଛିଡା ହୋଇଥିଲେ । ଜଣାଶୁଣା ଆତଙ୍କବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ ଏହାର ଆୟୋଜନ କରିଥିଲା ।

​​​​​​​ଏଥିରେ ଅଣ୍ଟାରିଓ, ଆଲବର୍ଟା, ବ୍ରିଟିଶ କଲମ୍ବିଆ ଓ କ୍ୟୁବେକ ରାଜ୍ୟରୁ ୫୩ ହଜାରରୁ ଅଧିକ ଖଲିସ୍ତାନୀ ସମର୍ଥକ ଭୋଟ ଦେବାକୁ ଆସିଛନ୍ତି ବୋଲି ଆୟୋଜକ କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଜି୨୦ ସମ୍ମିଳନୀରେ ମୋଦୀ ଓ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ପରସ୍ପରକୁ ଭେଟିଥିଲେ । ଏହା ନେଇ ମଧ୍ୟ ଶିଖ୍ ଫର୍ ଜଷ୍ଟିସ୍‌ ପ୍ରଶ୍ନ ଉଠାଇଛନ୍ତି । ଖଲିସ୍ତାନୀ ଆତଙ୍କବାଦୀଙ୍କ ଜନମତକୁ ଭାରତ ବାରମ୍ବାର କହି ସାରିଛି ଯେ ଏପରି ଜନମତ ଭାତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ସିଧାସଳଖ ଆକ୍ରମଣ ଏବଂ କାନାଡ଼ା ନିଜ ଦେଶରେ ସକ୍ରିୟ ଥିବା ଉଗ୍ରବାଦୀ ତତ୍ତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme