
ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ମିର୍ଜାଗୁଡ଼ା ନିକଟରେ ଆଜି ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟିଜିଆରଟିସି ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଓ ୧୦ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ଚେୱଲ୍ଲା ମଣ୍ଡଳ ଖାନପୁର ଗେଟ୍ ନିକଟରେ ଘଟିଥିଲା। ଟ୍ରକ୍ ଅତ୍ୟଧିକ ଗତିରେ ଆସି ବସ୍କୁ ଧକ୍କା ଦେଇଥିଲା, ଫଳରେ ଅନେକ ଯାତ୍ରୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଆହତମାନଙ୍କୁ ନିକଟସ୍ଥ ହସପିଟାଲକୁ ପଠାଯାଇଛି।
ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ଶୋକପ୍ରକାଶ କରି ଅଧିକାରୀଙ୍କୁ ତତ୍କାଳ ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ଖୋଜିବାକୁ ଯାଂଚ ଆଦେଶ ଜାରି ହୋଇଛି

