Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତେଜିଲା ଚକଦର ଜଳସେଚନ ପ୍ରକଳ୍ପ ବନ୍ଦ ଆନ୍ଦୋଳନ

Posted on November 1, 2025

ସାମିଲ ହେଲା ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ,
ପ୍ରସ୍ତାବିତ ପ୍ରକଳ୍ପକୁ ସରକାର ବନ୍ଦ ଘୋଷଣା କରନ୍ତୁ-ଅକ୍ଷୟ କୁମାର(ସଭାପତି,ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ)
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳ ମୁଣ୍ଡ ଚକଦର ଠାରେ ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୪ର୍ଥ ପର୍ଯ୍ୟାୟ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।ସମାକୋଇ ଚକଦର ପ୍ରକଳ୍ପ ସମନ୍ୱୟ ସମିତି ଆହ୍ୱାନକ୍ରମେ ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଶହ ଶହ ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ଡାକବଙ୍ଗଳାରୁ ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି।ମୋହନ ସରକାରଙ୍କ ପ୍ରଥମ ବଜେଟରେ ଏହି ପ୍ରକଳ୍ପ ଅନୁମୋଦନ ହୋଇଥିବା ନେଇ ଘୋଷଣା ପରେ ତେଲକୋଇରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଫଳରେ ବିଗତ ଦିନରେ ବିକ୍ଷୋଭ ପ୍ରଦର୍ଶନ,ତେଲକୋଇ ବନ୍ଦ,ଜାତୀୟ ରାଜପଥ ଅବରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।ଏହି ପ୍ରକଳ୍ପକୁ ଦୀର୍ଘ ୪୮ ବର୍ଷ ଧରି ତେଲକୋଇବାସୀ ବିରୋଧ କରି ଆସୁଛନ୍ତି। ଚକଦର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ତେଲକୋଇ ବ୍ଲକର ବହୁ ଗାଁ ଜଳମଗ୍ନ ହେବା ସହିତ ଭିଟାମାଟି ହରାଇ ଅନେକ ବିସ୍ଥାପିତ ହେବେ ବୋଲି ଲୋକେ ଆଶଙ୍କା କରି ଏହାକୁ ବିରୋଧ କରି ଆସୁଛନ୍ତି।ଏହି ପ୍ରକଳ୍ପ ହେଲେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ କ୍ଷତିଗ୍ରସ୍ତ ହେବ କିନ୍ତୁ ପଡୋଶୀ ଅନୁଗୋଳ ଜିଲ୍ଲା ପାଲଲହଡା ଓ କଣିହାଁ ଅଞ୍ଚଳ ଉପକୃତ ହେବେ। ତେଲକୋଇର ଇଞ୍ଚେ ଜମି ଜଳସେଚିତ ହେବ ନାହିଁ।ତେଣୁ ତେଲକୋଇରେ ଦଳବଳ ନିର୍ବିଶେଷରେ ରାଜନେତା ଠାରୁ ଆରମ୍ଭ କରି ସାଧାରଣ ଲୋକ ଲଗାତାର ଭାବେ ଦୀର୍ଘ ୪୮ ବର୍ଷ ଧରି ଏହି ପ୍ରକଳ୍ପ ବନ୍ଦ କରିବା ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି। ଅନ୍ୟପକ୍ଷରେ ଆଜି ତେଲକୋଇବାସୀଙ୍କ ଆନ୍ଦୋଳନକୁ ଓଡ଼ିଶା ରାଜ୍ୟ ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ କରିବାରୁ ଆଗକୁ ଏ ଆନ୍ଦୋଳନ ଉଗ୍ର ହେବା ସମ୍ଭାବନା ସୃଷ୍ଟି ହୋଇଛି।ସରକାର ତୁରନ୍ତ ପ୍ରକଳ୍ପ ବନ୍ଦ ନେଇ ଘୋଷଣା କରିବାକୁ ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଭାପତି ଅକ୍ଷୟ କୁମାର ଦାବି କରିଛନ୍ତି।କିଛି ଲୋକଙ୍କୁ ବିସ୍ଥାପିତ କରି ଆଉ କିଛି ଲୋକଙ୍କୁ କଲ୍ୟାଣ କରାଯାଇ ପାରିବ ନାହିଁ।ଝିଟିକା ମାରି ବଣି ପୋଷିବା ନୀତିରୁ ସରକାର ଓହରିବା ଆବଶ୍ୟକ।ଆଜିର ଦାବିପତ୍ର ଦେବା ଅବସରରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଭାପତି ଅକ୍ଷୟ କୁମାର,ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ ନେତା ସାମିଲ ହୋଇ ଆନ୍ଦୋଳନକୁ ବଳ ଦେଇଥିଲେ,କିଛି ଲୋକଙ୍କ ଲାଭ ପାଇଁ ଆଉ କିଛି ଲୋକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ସରକାର ଯେଉଁ ଆଭିମୁଖ୍ୟ ରଖୁଛନ୍ତି ତାକୁ ପ୍ରତ୍ୟାହାର କରି ଚକଦର ପ୍ରକଳ୍ପ ବନ୍ଦ ପାଇଁ ସରକାର ଘୋଷଣା କରିବାକୁ ଅକ୍ଷୟ କୁମାରଙ୍କ ସହିତ ସମାକୋଇ ଚକଦର ସମନ୍ୱୟ ସମିତି ନେତୃବୃନ୍ଦ ଦାବି କରିଛନ୍ତି।ଏହି ଆନ୍ଦୋଳନରେ ସମାକୋଇ ଚକଦର ସମନ୍ୱୟ ସମିତି ସଭାପତି କୈଳାସ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି କେଶରୀ ରାଉତ,ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ,ସମ୍ପାଦକ ଅରକ୍ଷିତ ପ୍ରଧାନ, ଉପଦେଷ୍ଟା ବାବୁଲାଲ ପ୍ରଧାନ,ହଟକିଶୋର ସାହୁ,ବ୍ଲକ ଅଧ୍ୟକ୍ଷ ବିକ୍ରମ ନାୟକ,ଜିଲ୍ଲାପରିଷଦ ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁ,ଇନ୍ଦ୍ରମଣି ବିଶ୍ବାଳ,ଆଇନଜୀବୀ ନାରାୟଣ ପ୍ରଧାନ,ଦଶରଥ ପାତ୍ର,ଆଇନଜୀବୀ ଅନୀଲ କୁମାର ପ୍ରଧାନ ତଥା ମାଙ୍କଡ଼ା ନଦୀବନ୍ଧ ବିରୋଧୀ ମଞ୍ଚ ସଭାପତି ରତ୍ନାକର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme