Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା , ୪ମୃତ ଓ ୧୧ ଆହତ

Posted on December 16, 2025

ପୁଣି ଉତ୍ତରପ୍ରଦେଶ ବସ୍ତିର ନ୍ୟାସନାଲ ହାଇୱେ-୨୮ ରେ ବଡ଼ ଦୁର୍ଘଟଣା ଘଟିଛି । ଏପରି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିଛି ।

ସୂଚନାନୁଯାୟୀ, ଏହି ଦୁର୍ଘଟଣା କୋତୱାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ବସ୍ତି-ବରଗଡୱା ରୋଡର ହରଡିଆ ଛକ ନିକଟରେ ଘଟିଛି । ତୀର୍ଥଯାତ୍ରୀ ବସଟି ସନ୍ଥ କବୀର ନଗରରୁ ଆଜମେର ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବସର ସାମ୍ନା ଭାଗ ସମ୍ପର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ମୃତଦେହଗୁଡିକ ଗାଡ଼ି ଭିତରେ ଫସି ରହିଥିଲା । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ୍, ପୋଲିସ ଅଧୀକ୍ଷକ ଏବଂ ପୋଲିସ ଉପ-ନିରୀକ୍ଷକ (ଡିଆଇଜି) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ପୋଲିସ ପ୍ରଶାସନ ତୁରନ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ହେବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏବେ ପୁଣି ଯାତାୟତ ଆରମ୍ଭ ହୋଇଛି ।

ଅନ୍ୟପଟେ ମୃତକଙ୍କ ପରିବାରକୁ ସୂଚନା ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme