
ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଆଜି ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୁଳ ଏଡିଏମ୍ ଉଦୟ କୁମାର ମହାପାତ୍ର, ତାଳଚେର ଉପଜିଳ୍ଲାପାଳ ସମିର କୁମାର ଜେନା, ତାଳଚେର ସରକାରୀ ଆଇଟିଆଇର ଅଧ୍ୟକ୍ଷ ଜଗଜୀବନ ମହାରଣା, ତାଳଚେର କଲେଜ ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନିଯୁକ୍ତି ମେଳାରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳର ପଞ୍ଚମ ପାସ ଠାରୁ ଆରମ୍ଭ କରି ଯୁକ୍ତ ୩, ଆଇଟିଆଇ, ଡିପ୍ଲୋମ ଏବଂ ଡିଗ୍ରୀଧାରୀ ପାସ କରିଥିବା ପ୍ରାର୍ଥିପ୍ରାର୍ଥିନିମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ନିଯୁକ୍ତି ମେଳାରେ ଜିଲ୍ଲା ତଥା ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ନିଯୁକ୍ତି ପ୍ରଦାନକାରୀ ଘୋରଇ ସଂସ୍ଥା ଗୁଡ଼ିକର ନିଯୁକ୍ତି ଦାତା ଓ ଦକ୍ଷତା ବିକାଶ ତାଲିମ ପ୍ରଦାନ କାରୀ ସଂସ୍ଥାମାନେ ଯୋଗ ଦେଇଥିଲେ। ଏଥି ସହିତ ଅନୁଗୁଳ ଜିଲ୍ଲାର ଆଖପାଖରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ମାନଙ୍କରେ ରହିଥିବା ଭେଣ୍ଡର ଗୁଡ଼ିକ ଦ୍ବାରା ପରୋକ୍ଷରେ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଯାହାକି ଆଜି ୪୦ ଜଣ ତାଲିମ ପ୍ରାପ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦେବାଶିଷ ସାହୁ କହିଛନ୍ତି। ଏହି ନିଯୁକ୍ତି ମେଳାରେ ୧୫ ଶହରୁ ଅଧିକ ଯୁବକଯୁବତୀ ଯୋଗଦେଇଥିବା ଜଣା ପଡ଼ିଛି।
