ଓଡ଼ିଶା ପୋଲିସ ପକ୍ଷରୁ ଉପଖଣ୍ଡ ସ୍ତରୀୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ତାଳଚେର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ବିରାଟ ରାଲି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ତାଳଚେର କଲେଜ ପଡିଆ ଠାରେ ପହଞ୍ଚିଥିଲା । ସେଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସାଇବର କ୍ରାଇମ୍ କୁ କିଭଳି ରୋକାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ଅତିଥି , କଲେଜ ଏବଂ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରକାର ଲୋକକଳା ଯେପରିକି ପାଲା , ନାଟକ , କମେଡି ଇତ୍ୟାଦି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିନସ୍ତ ସମସ୍ତ ଥାନାର ଅଧିକାରୀ ଏବଂ ପୋଲିସ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ହାସ୍ୟ ଅଭିନେତା ଶଙ୍କର ଏବଂ ପ୍ରଜ୍ଞା ସାଇବର ଠକ ଏବଂ ପୋଲିସ ଭୂମିକାରେ କମେଡି କରି ସଚେତନତାର ବାର୍ତାକୁ ବାଣ୍ଟିଥିଲେ ।

