Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ପାଲଟିଛି ଦେଶର ସବୁଠାରୁ ପ୍ରଦୂଷିତ ସହର, ୧୦ଟି ବାୟୁ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ ସହର

Posted on January 3, 2026

ଦିଲ୍ଲୀ, ଗାଜିଆବାଦ କି ନୋଏଡ଼ା ନୁହେଁ, ବାୟୁ ପ୍ରଦୂଷଣରେ ଓଡ଼ିଶା ବର୍ତ୍ତମାନ ଏକ ନମ୍ବର । ଦେଶର ୧୦ଟି ବାୟୁ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର । ଶୁକ୍ରବାର ସ୍ଥିତି ଏୟା । ତାଳଚେର ପାଲଟିଛି ଦେଶର ସବୁଠାରୁ ପ୍ରଦୂଷିତ ସହର, ଦ୍ୱିତୀୟରେ ରହିଛି ଅନୁଗୁଳ । ଗୁରୁବାର ସ୍ଥିତି ବି ଚିନ୍ତାଜନକ ଥିଲା । ରାଜ୍ୟର ୫ ସହର ଅତି ପ୍ରଦୂଷିତ ତାଲିକାରେ ଥିଲା ।

ଭୟଙ୍କର ରୂପ ନେଲାଣି ଧୂଳିକଣାର ଆସ୍ତରଣ । ରାସ୍ତାରେ ଯା’ଆସ କରିବାବେଳେ ନାକ ରୁନ୍ଧି ଦେଉଛି । କୋଇଲାନଗରୀ ତାଳଚେର ହେଉ କି ସ୍ମାର୍ଟ ସିଟି ଭୁବନେଶ୍ୱର କିମ୍ବା ଶିମିଳିପାଳ ପାଦଦେଶର ଛୋଟ ସହର ବାରିପଦା, ସବୁଠି ପ୍ରଦୂଷଣର ବିଷ ଘୂରି ବୁଲୁଛି । ସ୍ଥିତି ଏତେ ବିଗିଡ଼ିଗଲାଣି ଯେ, ନିର୍ମଳ ପବନ ଟିକିଏ ମିଳିବା ସ୍ୱପ୍ନ । ପ୍ରାତଃ ଭ୍ରମଣ ଓ ପାର୍କରେ ବ୍ୟାୟାମ କରିବାକୁ ଗଲେ ବି ପ୍ରଦୂଷଣର ବିଷ ଶ୍ୱାସ ଭିତରକୁ ପଶୁଛି । କିଛି ଘଣ୍ଟା ଗାଡ଼ି ବାହାରେ ରଖିଦେଲେ, ଉପରେ ପରସ୍ତ ଧୂଳି । ଘର ଭିତରକୁ ବି ଧସେଇ ପଶୁଛି ଧୂଳିକଣା ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ କହୁଛି, ଗତ ୨୪ ଘଣ୍ଟାରେ ତାଳଚେରରେ ଏକ୍ୟୁଆଇ ହାରାହାରି ୩୮୦ ଥିଲା, ଯାହାକି ଦେଶରେ ସର୍ବାଧିକ । ଅନୁଗୁଳରେ ୩୪୬, କଟକରେ ୩୨୪, ବାଲେଶ୍ୱରରେ ୩୧୮, ଭୁବନେଶ୍ୱରରେ ୩୧୭, ବାରିପଦାରେ ୩୧୨, କେନ୍ଦୁଝରରେ ୩୧୧, ବ୍ୟାସନଗରରେ ଏକ୍ୟୁଆଇ ୨୮୮ ଥିଲା । ବାୟୁମଣ୍ଡଳରେ ଧୂଳିକଣା ଜମାଟ ବାନ୍ଧିଥିବାବେଳେ କୁହୁଡ଼ି ସ୍ଥିତି ଅଧିକ ବିପଦ ବଢ଼ାଉଛି ।

ଶୁକ୍ରବାର ରାତି ୮ଟାବେଳେ ତାଳଚେରରେ ଏକ୍ୟୁଆଇ ୩୭୬, ଅପରାହ୍ନ ୪ଟାରେ ୩୮୦, ୩ଟାବେଳେ ଥିଲା ୩୮୬ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଅପରାହ୍ନ ୪ଟାବେଳେ ଏକ୍ୟୁଆଇ ୩୩୯ ଥିଲା । ସାଂଘାତିକ କଥା ହେଉଛି, ଭୋର ୪ଟାବେଳେ ବି ଏକାମ୍ରକ୍ଷେତ୍ର ଅଞ୍ଚଳରେ ଏକ୍ୟୁଆଇ ୩୩୪ ଥିଲା । କଟକ ସିଡିଏରେ ଅପରାହ୍ନ ୪ଟାବେଳେ ୩୨୪ ଥିଲା ଏକ୍ୟୁଆଇ । ଭୁବନେଶ୍ୱରର ସ୍ଥିତିରୁ ଜଣାପଡ଼ୁଛି, ସକାଳ ହେଉ କି ସନ୍ଧ୍ୟା ମୁକ୍ତ ଓ ବିଶୁଦ୍ଧ ପବନ ଆଶା କରିବା ବୃଥା । ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ ସକାଳେ ଖୋଲା ଆକାଶ ତଳକୁ ଆସିଲେ ଶ୍ୱାସକ୍ରିୟାରେ ପ୍ରଦୂଷଣର ବିଷ ନେବାକୁ ହେବ ।

ଗତ କିଛିଦିନର ତଥ୍ୟକୁ ଅନୁଧ୍ୟାନ କଲେ, ଓଡ଼ିଶାରେ ବାୟୁ ପ୍ରଦୂଷଣ ଉଦବେଗଜନକ ରହିଛି । ଏଥିପାଇଁ ଛାତି ଓ ଫୁସଫୁସଜନିତ ରୋଗ ବଢ଼ୁଛି । ଥଣ୍ଡା, କାଶ, ଚକ୍ଷୁ ସମସ୍ୟା, ମୁଣ୍ଡ ବ୍ୟଥାରେ ଅନେକ ପୀଡ଼ିତ ହେଉଛନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ ଦ୍ରୁତ ସହରୀକରଣ, ଗଛ କଟା, କଂକ୍ରିଟକରଣ, ଯାନବାହନ ଚଳାଚଳରେ ଅହେତୁକ ବୃଦ୍ଧି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଛି । ଧୂଳିକଣାକୁ ମାଟିରେ ଟାଣି ରଖିବାକୁ ଘାସ ବି ରହୁନି । ଅନ୍ୟପଟେ ସହରରେ ନିର୍ମାଣ କାର୍ଯ୍ୟ, ରାସ୍ତା ଖୋଳାତଡ଼ା ଯୋଗୁ ପ୍ରଦୂଷଣର ବଳୟ ମାଡ଼ି ମାଡ଼ି ଚାଲିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme