
ତାଳଚେର ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ କ୍ଲଷ୍ଟର ଏବଂ ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ରାଜ୍ୟର ୬୦ଟି ଡ଼ିଏଭି ବିଦ୍ୟାଳୟରୁ ୨୩୪ଟି କ୍ଲଷ୍ଟର ସ୍ତରୀୟ ଓ ୩୧୨ଟି ଜୋନାଲ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ସମଗ୍ର ଓଡିଶାରୁ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ମହାନଦୀ କୋଇଲା କ୍ଷେତ୍ରର ସିଭିଓ ଶ୍ରୀ ପ୍ରଣବ କୁମାର ପଟେଲ ଓ ଡ଼ି.ଏଫ.ଓ ଶ୍ରୀ ଅଜିତ କୁମାର ବେଉରା ସହ ଏମସିଏଲର ଅନେକ ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଖେଳକୁଦର ମହତ୍ତ୍ୱ ସଂପର୍କରେ ଅବଗତ କରାଇଥିଲେ। ଶେଷରେ ବିଭିନ୍ନ ବିଦ୍ୟାଳୟର ଛୋଟଛୋଟ ପିଲାଙ୍କର ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା । ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

