
ବିଲରେ ବୁଲୁଛି ଦନ୍ତା । ଭୟଭୀତ ସ୍ଥାନୀୟ ଲୋକ । ଆନନ୍ଦପୁର ଉପଖଣ୍ଡ ବିଦ୍ୟାଧରପୁର ଓ ଢେଙ୍କା ଅଞ୍ଚଳରେ ବୁଲୁଛି ହାତୀ । ଗତକାଲି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବୃଦ୍ଧଙ୍କୁ କଚାଡି ମାରିବା ପରେ ଏବେ ଆନନ୍ଦପୁରରେ ବୁଲୁଛି । ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ । ହାତୀ ପାଖକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି ।
