
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ସାଂସଦ ଖେଳ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ କାମାକ୍ଷାନଗର ବିଧାନସଭା କ୍ଷେତ୍ରର ବିଭିନ୍ନ ସ୍କୁଲର କନିଷ୍ଠ ବିଭାଗରେ ୧୪ ରୁ ୧୭ ବର୍ଷ ଏବଂ ବରିଷ୍ଠ ବିଭାଗରେ ୧୮ ରୁ ୨୩ ବର୍ଷ ପାଇଁ କ୍ରୀଡ଼ା ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍ ଇଣ୍ଡିଆ’ ଏବଂ ‘ଖେଲୋ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଏହି ସାଂସଦ ଖେଳ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଶତୃଘନ ଜେନା, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଥିବା ୬ଗୋଟି ବିଧାନସଭା କ୍ଷେତ୍ରରେ ଏହି ସାଂସଦ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଗ୍ରାମାଞ୍ଚଳର ଲୋକାୟତ ପ୍ରତିଭାକୁ ବିଶ୍ୱ ଦରବାରରେ ଆଣିବା ସହ ଭାରତକୁ କ୍ରୀଡା କ୍ଷେତ୍ରରେ ଆଗକୁ ନେବାର ବ୍ୟବସ୍ଥା ରହିଛି।

