ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ପାଖ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଜୟପୁରାକାଟେଣୀ ପଂଚାୟତ ସିଆରିମାଳିଆ ଗାଁର ପ୍ରଦୀପ୍ ବେହେରା। ପ୍ରଦୀପ୍ ଢାବାକୁ ଖାଇବାକୁ ଯାଉଥିବା ବେଳେ ତାଙ୍କୁ ଅସଭ୍ୟ ଭାଷା ସହିତ ଜାତିଆଣ ଆକ୍ଷେପ କରି ମାଡ଼ ମାରିବା ସହ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଗୁରୁତର ଆହତ ଅବସ୍ଥାରେ ପ୍ରଦୀପକୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେପଟେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କାମାକ୍ଷାନଗର ପୋଲିସ।
