Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିସେମ୍ବର ୬, ଯୋଜନା ଥିଲା ୩୨ ଟି କାରରେ ୩୨ ଟି ବିସ୍ଫୋରଣ

Posted on November 14, 2025

୩୨ଟି କାରରେ ୩୨ଟି ବିସ୍ଫୋରଣ ଯୋଜନା । ଧାର୍ଯ୍ୟ ତାରିଖ ଥିଲା ଡିସେମ୍ବର ୬ । ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରୁ, ତଦନ୍ତକାରୀ ସଂସ୍ଥାକୁ ଏପରି ସାଂଘାତିକ ତଥ୍ୟ ମିଳିଥିବା କୁହାଯାଉଛି । ନଭେମ୍ବର ୧୦ରେ ଏକ ହ୍ୟୁଣ୍ଡାଇ ଆଇ ୨୦ ଗାଡ଼ିରେ ବିସ୍ଫୋରଣ ହେଲା। ଗୋଟିଏ ସୁଜିକି ବ୍ରେଜା, ସ୍ବିଫ୍ଟ ଡିଜାୟର ଏବଂ ଗୋଟିଏ ଫୋର୍ଡ ଇକୋ ସ୍ପୋର୍ଟର ସନ୍ଧାନ ମିଳି ସାରିଛି । ବ୍ରିଜା କାରଟି ହରିୟାଣାର ଫରିଦାବାଦର ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରୁ ମିଳିଥିଲା ।

ସେହି ଅନୁଷ୍ଠାନ ଏବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଭାବରେ ଉଭା ହୋଇଛି। ଇକୋ ସ୍ପୋର୍ଟ କାରଟି ଗତକାଲି ହରିୟାଣା ଫରିଦାବାଦରୁ ମିଳିଥିଲା। ଡିଜାୟର ଗାଡ଼ିଟି ସୋମବାର ଜବତ ହୋଇଥିଲା। ସେଥିରୁ ଗୋଟିଏ ଆସଲ୍ଟ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ମିଳିଥିଲା । ମୋଟ ୩୨ଟି ଗାଡ଼ି ଯୋଗାଡ଼ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ପୁରୁଣା ଗାଡ଼ି ଯାହାର ବାରମ୍ବାର ବିକାକିଣା ହୋଇଛି, ସେହିପରି ଗାଡ଼ି ବ୍ୟବହାର କରିବାକୁ ଚାହୁଁଥିଲେ ଆତଙ୍କବାଦୀ। ଡିସେମ୍ବର ୬ରେ ଦିଲ୍ଲୀରେ ଛଅଟି ପର୍ଯ୍ୟାୟରେ ୬ଟି ସ୍ଥାନରେ ସମନ୍ବିତ ଢଙ୍ଗରେ ଆକ୍ରମଣ ପାଇଁ ଯୋଜନା ହୋଇଥିବା ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme