
କଟକ ମାଲଗୋଦାମଠାରେ ଏକ ଡାଲି ବୋଝେଇ ଟ୍ରକ୍ରେ ଲାଗିଲା ନିଆଁ । ନିଆଁ ଲାଗିବା କାରଣରୁ ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।
ସୂଚନା ମୁତାବକ, କଲିକତାରୁ ଏକ ଟ୍ରକ୍ ଡାଲି ବୋଝେଇ କରି କଟକ ମାଲଗୋଦାମ ଅଭିମୁଖେ ବାହାରିଥିଲା। ଗୁରୁବାର ସକାଳ ୫ଟାରେ ଟ୍ରକ୍ଟି ଡାଲି ବୋଝେଇ କରି ମାଲଗୋଦାମଠାରେ ଠିଆ ହୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହା ଦେଖି ଲୋକମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିଛି ସମୟ ମଧ୍ୟରେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆଉ ଗୋଟିଏ ଅଗ୍ନିଶମ ଗାଡ଼ି ବକ୍ସି ବଜାର ପହଞ୍ଚି ଥିଲା। ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଥିବାରୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ କଟକ ଏସ୍ସିବି ମେଡ଼ିକାଲକୁ ପଠାଇ ଥିଲେ। ଏସମ୍ପର୍କରେ ଖବର ପାଇଁ ଗାଡ଼ି ମାଲିକ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ।
