Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡରାଉଛି ଶିଶୁଙ୍କ ନିଖୋଜ ମାମଲା, ରାଜଧାନୀରେ ୧.୮ ଲକ୍ଷ ଶିଶୁ ନିଖୋଜ

Posted on November 2, 2025

ଶିଶୁଙ୍କ ନିଖୋଜ ହେବା ମାମଲା ଦିଲ୍ଲୀରେ ଖୁବ୍ ଡରାଇବାରେ ଲାଗିଛି। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଗତ ୧୦ ବର୍ଷରେ ରାଷ୍ଟ୍ରୀୟ ରାଜଧାନୀରେ ୧.୮ ଲକ୍ଷରୁ ଅଧିକ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ୫୦ ହଜାରରୁ ଅଧିକଙ୍କର ଏପର୍ଯ୍ୟନ୍ତ କିଛି ପତା ମିଳିପାରିନି। ତଥ୍ୟ ଯାହା କହୁଛି ସେ ଅନୁସାରେ ପୁଅଙ୍କ ତୁଳନାରେ ଅଧିକ ଝିଅ ନିଖୋଜ ହେଉଛନ୍ତି।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ୨୦୧୫ ରୁ ୨୦୨୫ ଭିତରେ ପୁରା ସହରରେ ୧.୮୪ ଲକ୍ଷ ଶିଶୁ ନିଖୋଜ ହୋଇଥିଲେ। ତାଙ୍କ ଭିତରୁ ୧.୩୩ ଲକ୍ଷଙ୍କ ପତା ଲଗାଯାଇଛି। ସେଭଳି ୫୦୭୭୧ ଶିଶୁ ଏବେ ବି ସମ୍ପୂର୍ଣ୍ଣ ନିଖୋଜ। ତଥ୍ୟ ଅନୁସାରେ, ନିଖୋଜ ପିଲାଙ୍କ ସଂଖ୍ୟା ୨୦୧୯ ରେ (୧୮୦୬୩ ମାମଲା),୨୦୨୩ (୧୮୧୯୭) ଓ ୨୦୨୪ ରେ (୧୯୦୪୭) ରହିଛି। ସବୁଠାରୁ କମ୍ ସଂଖ୍ୟା ୨୦୨୦ ରେ କୋଭିଡ୍‌-୧୯ ମହାମାରୀ ବେଳେ ରେକର୍ଡ କରାଯାଇଛି। ଲକଡାଉନ୍ କଟକଣା କାରଣରୁ ମାମଲା ଦ୍ରୁତ ଗତିରେ ହ୍ରାସ ପାଇଛି। ଏହି ସଂଖ୍ୟା ହ୍ରାସ ପାଇ ୧୩୬୪୭ ହୋଇ ଯାଇଛି।

ଲିଙ୍ଗ ଆଧାରରେ ପ୍ରତି ବର୍ଷ ପୁଅଙ୍କ ତୁଳନାରେ ଅଧିକ ଝିଅ ନିଖୋଜ ହେଉଛନ୍ତି। ୨୦୧୫ ଓ ୨୦୨୫ ଭିତରେ ୮୬୩୬୮ ପୁଅଙ୍କ ତୁଳନାରେ ୯୮୦୩୬ ଝିଅ ନିଖୋଜ ହେବାର ସୂଚନା ମିଳିଛି। ଏପର୍ଯ୍ୟନ୍ତ ୭୦୬୯୬ ଝିଅଙ୍କର ପତା ମିଳିଛି, କିନ୍ତୁ ୨୭୦୦୦ ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ପିଲାଙ୍କ ବୟସ ଉପରେ ଯଦି ନଜର ପକାଇବା ତେବେ ୧୨ରୁ ୧୮ ବର୍ଷର ଝିଅଙ୍କ ସଂଖ୍ୟା ୮୨% ରହିଛି। ଏକାକୀ ୨୦୨୫ରେ ୪୧୬୭ କିଶୋରୀ ନିଖୋଜ ହେବାର ସୂଚନା ମିଳିଛି। ଏଥିରେ ତିନି ତୃତୀୟାଂଶ ଝିଅ ଥିଲେ। ଏପର୍ଯ୍ୟନ୍ତ କେବଳ ପ୍ରାୟ ୬୯ ପ୍ରତିଶତ ଲୋକଙ୍କ ବିଷୟରେ ଜଣାପଡିଛି। ୨୦୨୫ର ପ୍ରଥମ ୧୦ ମାସରେ ନିଖୋଜ ପିଲାଙ୍କ ଭିତରେ ୧୪୮୨୮ ମାମଲା ସାମନାକୁ ଆସିଛି। ଏଥିରେ ଏପର୍ଯ୍ୟନ୍ତ ୭୪୪୩ ନିଖୋଜ ଅଛନ୍ତି। ୭୩୮୫ (ପ୍ରାୟ ୫୦%) ଏବେ ବି ନିଖୋଜ ଅଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme