
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗର ରେ ଡକାୟତି ଯୋଜନା କରୁଥିବା ଅଭିଯୋଗ ରେ ପୁଲିସ ୪ ଜଣ ଙ୍କୁ ଗିରଫ କରିଛି।ଅଭିଯୁକ୍ତ ମାନେ ହେଲେ କାଳୀନଗର ର ଆଶିଷ ବେହେରା(୧୯),ଖଲିଆକାନୀ ର ଅଭିଷେକ ଭୋଇ (୨୨), କାଳୀନଗରର ବିଶାଲ ବେହେରା (୨୭), ଖଲିଆକାନିର ଅମୀର ମହାରାଣା (୨୪)।ଘଟଣା ଷ୍ଟେଲରୁ ୩ ଟି ମୋବାଇଲ , ନଗଦ ୨୨୭୦ ଟଙ୍କା, ୨ ଟି ବାଇକ ( ନମ୍ବର ଓଡ଼ି-୨୩-ଆର-୩୩୮୮, ଓଡ଼ି-୨୩-ଏସ-୨୫୩୭ ) , ଦୁଇଟି ଖଣ୍ଡା, ଦୁଇ ଟି ଲୁହା ରଡ୍, ଗୋଟିଏ ଛୁରୀ, ଦୁଇ ଟି ଟର୍ଚ୍ଚଲାଇଟ୍, ୨ଟି ଖାଲି ମଦ ବୋତଲ, ପାଣି ବୋତଲ, ଡିସପୋଜଲ୍ ଗ୍ଲାସ୍ ଜବତ ହୋଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ମଧ୍ୟରାତ୍ରିରେ ଓରିଏଣ୍ଟ ଥାନା ଏ ଏସ ଆଇ ପି ପଟେଲ କର୍ମଚାରୀମାନଙ୍କ ସହିତ ରାତ୍ରି ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ଗଜପତିନଗର ପୋଖରୀ ନିକଟରେ ଅପରାଧୀମାନେ ଡକାୟତି କରିବା ପାଇଁ ମାରଣାସ୍ତ୍ର ଧରି ଏକତ୍ରିତ ହେଉଥିବା ବିଶ୍ୱସ୍ତ ସୂଚନା ପାଇଥିଲେ। ଏହି ସୂଚନା ପାଇ ରାତ୍ରି ପାଟ୍ରୋଲିଂ ଦଳ ଘଟଣାସ୍ଥଳକୁ ଯାଇ ଚଢ଼ାଉ କରି ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅନ୍ଧାର ର ସୁଯୋଗ ପାଇ ୨ ଜଣ ଖସି ଯିବାରେ ସଫଳ ହୋଇଥିଲେ। ପୋଲିସ ଦଳ ଦ୍ୱାରା ତଲାସି ପରେ ନିମ୍ନଲିଖିତ ଅଭିଯୁକ୍ତଙ୍କ ନିକଟରୁ ଉପରୋକ୍ତ ଜିନିଷ ଜବତ କରାଯାଇଛି।

