Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡକାୟତି ଉଦ୍ୟମ ପଣ୍ଡ; ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ ଗିରଫ

Posted on October 10, 2025

ଡକାୟତି ପାଇଁ କରୁଥିଲେ ଯୋଜନା । ଖବର ପାଇ ମାଡ଼ିବସିଲା ପୁଲିସ । ବନ୍ଧାହେଲେ ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ଅନେକ ମାରଣାସ୍ତ୍ର, ୨୫ଟି ଅଫୁଟା ଗୁଳି ଏବଂ ଏକ ଦାମୀ ଗାଡ଼ି ଜବତ ହୋଇଛି ।

ସୂଚନା ମୁତାବକ, ଏହି ଗ୍ରୁପ୍ ମହାକାଳ ଗ୍ରୁପ ନାଁରେ ମର୍ଡର , ଡକାୟତି ଏବଂ ଚୋରି କରି ଆତଙ୍କ ଖେଳାଉଥିଲେ । ବନ୍ଧୁକ ଧରି ଜନ୍ମଦିନରେ ଟଙ୍କା ଉଡ଼ାଉଥିଲେ । ଏହାର ଭିଡିଓ କରି ସେସିଆଲ ମିଡିଆରେ ପୋଷ୍ଟ କରି ଭୟର ବାତାବରଣ ସୃଷ୍ଟି କରୁଥିଲେ । ଶୁକ୍ରବାର କେନ୍ଦୁଝରରେ ଏକ ଡକାୟତି କରିବା ନେଇ ଯୋଜନା କରିଥିଲା ଏହି ଗ୍ରୁପ୍ । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ନରଣପୁର ଘଡ଼ଘଡି ମନ୍ଦିର ପାଖରେ ଥିବା ଏକ ଘରେ ପୁଲିସ ଅତର୍କିତ ଚଢାଉ କରିଥିଲା । ଚଢାଉ କରି ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର, ୫ ବନ୍ଧୁକ ଏବଂ ୨୫ ଟି ଅଫୁଟା ଗୁଳି ଜବତ କରାଯାଇଛି । ଏହା ସହ ଏକ ଦାମୀ ଗାଡ଼ି ମଧ୍ୟ ଜବତ ହୋଇଛି । ସେମାନେ କେନ୍ଦୁଝରରେ ୩୭ଟି ଅପରାଧିକ ମାମଲାରେ ଜଡ଼ିତ ଥିବା ନେଇ ସୂଚନା ମିଳିଛି ।

 

 

 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme