
ଡକାୟତି ପାଇଁ କରୁଥିଲେ ଯୋଜନା । ଖବର ପାଇ ମାଡ଼ିବସିଲା ପୁଲିସ । ବନ୍ଧାହେଲେ ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ଅନେକ ମାରଣାସ୍ତ୍ର, ୨୫ଟି ଅଫୁଟା ଗୁଳି ଏବଂ ଏକ ଦାମୀ ଗାଡ଼ି ଜବତ ହୋଇଛି ।
ସୂଚନା ମୁତାବକ, ଏହି ଗ୍ରୁପ୍ ମହାକାଳ ଗ୍ରୁପ ନାଁରେ ମର୍ଡର , ଡକାୟତି ଏବଂ ଚୋରି କରି ଆତଙ୍କ ଖେଳାଉଥିଲେ । ବନ୍ଧୁକ ଧରି ଜନ୍ମଦିନରେ ଟଙ୍କା ଉଡ଼ାଉଥିଲେ । ଏହାର ଭିଡିଓ କରି ସେସିଆଲ ମିଡିଆରେ ପୋଷ୍ଟ କରି ଭୟର ବାତାବରଣ ସୃଷ୍ଟି କରୁଥିଲେ । ଶୁକ୍ରବାର କେନ୍ଦୁଝରରେ ଏକ ଡକାୟତି କରିବା ନେଇ ଯୋଜନା କରିଥିଲା ଏହି ଗ୍ରୁପ୍ । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ନରଣପୁର ଘଡ଼ଘଡି ମନ୍ଦିର ପାଖରେ ଥିବା ଏକ ଘରେ ପୁଲିସ ଅତର୍କିତ ଚଢାଉ କରିଥିଲା । ଚଢାଉ କରି ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର, ୫ ବନ୍ଧୁକ ଏବଂ ୨୫ ଟି ଅଫୁଟା ଗୁଳି ଜବତ କରାଯାଇଛି । ଏହା ସହ ଏକ ଦାମୀ ଗାଡ଼ି ମଧ୍ୟ ଜବତ ହୋଇଛି । ସେମାନେ କେନ୍ଦୁଝରରେ ୩୭ଟି ଅପରାଧିକ ମାମଲାରେ ଜଡ଼ିତ ଥିବା ନେଇ ସୂଚନା ମିଳିଛି ।
