
ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଲେ ସିଙ୍ଗିପୁର ଗାଁର ଶିଶିର ମୁନୀ । ସେ ଗାଁରେ ରହି ଭିକ୍ଷାବୃତ୍ତି କରୁଥିଲେ ।
ସୂଚନା ମୁତାବକ ଗତ କାଲି ରାତ୍ର ସମୟରେ କିଛି ଦୁବୃର୍ତ୍ତ ଅତ୍ୟଧିକ ମଦ୍ୟ ପାନ କରି ନିଶାରେ ଭିକାରୀ ଜଣଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ଆଜି ଭୋର୍ ସକାଳ ସମୟରେ ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତଶରୀ କୁ ଜବତ କରିବା ସହ ଏହି ଘଟଣା ସମ୍ବନ୍ଧରେ ଦୁଇ ଜଣଙ୍କୁ ଥାନାରେ ରଖି ପଚରା ଉଚରା କରୁଥିବାର ସୂଚନା ମିଳୁଛି । ହେଲେ କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ।

