Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ଵିନ୍‌ସିଟିକୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ ନିର୍ମାଣ କାର୍ଯ୍ୟ ବନ୍ଦ

Posted on January 7, 2026

ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଆସନ୍ତା ୭ ଦନି ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ । ଏହା ସହ ସଫେଇ ସମୟରେ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ବର୍ଜ୍ୟ ଜାଳିବା ଉପରେ ମଧ୍ୟ କଟଣା ଲାଗୁ ହୋଇଛି । ଯଦି କୌଣସି ବ୍ୟକ୍ତି ବର୍ଜ୍ୟ ଜାଳନ୍ତି ତାହାଲେ ୫୦୦୦ ଟଙ୍କା ଫାଇନ୍‌ କରାଯିବ । ପୂର୍ବରୁ ବାଲେଶ୍ୱର ଏବଂ ଅନୁଗୁଳରେ କଟକଣା ଲାଗୁ ହୋଇଥିବା ବେଳେ ଏବେ ଟ୍ୱିନ୍‌ସିଟିରେ ଏହି କଟକଣା ଲାଗୁ ହୋଇଛି ବୋଲି ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ବଢିଛି । ପାଗରେ ପରିବର୍ତ୍ତନ ହୋଇଥିବାରୁ ଏବେ ବାୟୁ ପ୍ରଦୂଷଣ ସ୍ତର ବଢିଛି । ବାଲେଶ୍ୱର, ଅନୁଗୁଳ ଏବଂ ବାରିପଦାରେ ଟିକେ ଉଚ୍ଚା ରହିଛି । ଏହା ସହ କଟକ ଏବଂ ଭୁବନେଶ୍ୱର ସହରରେ ମଧ୍ୟ ସ୍ଥିତି ଟିକେ ବଢିଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଉଭୟ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଦୃଷ୍ଟି ଦେବାକୁ ଅବଗତ କରାଯାଇଛି । ବଢୁଥିବା ସ୍ଥିତିକୁ ଆଖି ଆଗରେ ରଖି ବିଏମ୍‌ସି ପକ୍ଷରୁ ବାୟୁ ପ୍ରଦୂଷଣ କଟକଣା ଲାଗୁ କରାଯାଇଛି । ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ଅଞ୍ଚଳରେ ସଫେଇ ସମୟରେ ଧ୍ୟାନ ଦେବାକୁ କୁହାଯାଇଛି । ସଫେଇ ସମୟର ପାଣି ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି । ନିର୍ମାଣ ବର୍ଜ୍ୟ ଅଧିକ ବାୟୁ ପ୍ରଦୂଷଣ କରୁଥିବାର ନଜରକୁ ଆସିଛି । ବିଶେଷ କରି ରାତି ସମୟରେ କାମ ଯୋଗୁଁ, ପ୍ରଦୂଷଣ ମାତ୍ରା ବଢୁଛି । ତେଣୁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ । ଯେଉଁ ସବୁ ସ୍ଥାନରେ ବଡ ବଡ ପ୍ରକଳ୍ପ କାମ ଚାଲିଛି, ସେଠାରେ କଟକଣା ଜୋରଦାର କରାଯିବ । ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ବଡ ଗାଡି ଗୁଡିକୁ ଯାଞ୍ଚ କରାଯିବ । ପ୍ଲାନିଂ ବିଭାଗର ଅଧିକାରୀ ମାନେ ଏହାକୁ କଡାକଡି ଯାଞ୍ଚ କରିବାକୁ କୁହାଯାଇଛି । ଆବଶ୍ୟକ ହେଲେ ଫାଇନ୍‌ ଆଦାୟ କରାଯିବ।

ସେହିପରି ଢାବା, ହୋଟେଲ, ପିକନିକ ସ୍ପଟରେ କୋଇଲା ଜାଳ ନ ଜାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୋନାଲ କମିଶନର ଏହାକୁ ଯାଞ୍ଚ କରିବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି । ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ସ୍ୱଚ୍ଛ ଜାଳେଣି କାଠ ବ୍ୟବହାର କରିବାକୁ କୁହାଯାଇଛି । ଏନେଇ ସବୁ ବ୍ଲକ ଶିକ୍ଷା ଅଧିକାରୀ, ସିଟି ଏଜୁକେସନ ଅଫିସର ଏନେଇ ଧ୍ୟାନ ଦେବାକୁ କୁହାଯାଇଛି । ରାତି ବେଳା ଭାରିଯାନ କଟକଣା ଉପରେ ରୋକ ଲଗାଯିବ । ରାଜଧାନୀ ଭୁବନେଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ବଢିଚାଲିଛି । ଗତକାଲି ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୨୪୩ ଥିବା ବେଳେ ପଟିଆରେ ଏହା ୨୫୦ ପାର ହୋଇଛି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme