
ସମ୍ବଲପୁରରେ ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠିନାହିଁ ବୋଲି ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତକାଲି ବରେଇପାଲି ସହ ବିଭିନ୍ନ ମଣ୍ଡିଗୁଡ଼ିକରେ ଧାନ ନେଇ ପହଞ୍ଚିଥିବା ଚାଷୀମାନେ ବହୁସମୟ ବୈଠକ ହେଲେ ମଧ୍ୟ ସମାଧାନ ନ ମିଳିବାରୁ ଖୁବ ଅସନ୍ତୁଷ୍ଟ ହେଇଛନ୍ତି ।
ଟ୍ରାନ୍ସପୋର୍ଟ ଭଡା ବୃଦ୍ଧି ଓ ମିଲର୍ସଙ୍କୁ ୩ ବର୍ଷର ଭଡା ଅପେକ୍ଷାରେ ବୈଠକ ଅଧାରୁ ମିଲର୍ସ ବାହାରିଯାଇଥିଲେ । ଧାନ ଉଠା ନହେଲେ ରାସ୍ତାରେ ଧାନ ଥୋଇ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।
ପରିସ୍ଥିତି ଦେଖି ସମ୍ବଲପୁର ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଧାନ ଉଠାଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନ ମିଳିଛି ।

