
ମେକ୍ସିକୋରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇଛି । ବଗିଗୁଡ଼ିକ ଓଲଟି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୯୮ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦକ୍ଷିଣ ମେକ୍ସିକୋ ରାଜ୍ୟ ଓକ୍ସାକାରେ ଏହି ଭୀଷଣ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମେକ୍ସିକୋ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମେକ୍ସିକୋ ନୌସେନା ସହିତ ମିଳିତ ଭାବରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।
ମେକ୍ସିକୋ ନୌସେନା ଦୁର୍ଘଟଣାର ବାବଦରେ ଏକ ବିବୃତ୍ତି ଜାରି କରିଛି ଯେ, ଟ୍ରେନ୍ରେ ୯ ଜଣ କ୍ରୁ ସଦସ୍ୟ ଏବଂ ୨୪୧ ଜଣ ଯାତ୍ରୀ ଥିଲେ। ପ୍ରାୟ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ୧୦୦ ଜଣଙ୍କୁ ଆହତ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ରାଷ୍ଟ୍ରପତି କ୍ଲାଉଡିଆ ଶୀନବାମ୍ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନୌସେନା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ଦେଶର ଅଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଦୁର୍ଘଟଣାଗସ୍ତ ଟ୍ରେନ୍ ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତାୟତ କରିଥାଏ । ପୂର୍ବତନ ରାଷ୍ଟ୍ରପତି ଆଣ୍ଡ୍ରେସ୍ ଦକ୍ଷିଣ-ପୂର୍ବ ମେକ୍ସିକୋର ବିକାଶ ପାଇଁ ୨୦୨୩ ମସିହାରେ ଏହି ରେଳ ଲାଇନର ଉଦଘାଟନ କରିଥିଲେ । ଗତ ଡିସେମ୍ବର ୨୦ ତାରିଖରେ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା ।
