
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ୱାଶିଂଟନ୍ ଯାତ୍ରା କରିବେ। ଜାତିସଂଘ ସାଧାରଣ ସଭାରେ ଯୋଗଦେବାକୁ ନ୍ୟୁୟର୍କରେ ଥିବା ଶେହବାଜ, ଟ୍ରମ୍ପ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ।
ଆଲୋଚନା ସମାପ୍ତ ପରେ ଶେହବାଜ ଶରିଫ୍ ପୁଣି ହ୍ବାଇଟ୍ ହାଉସ୍ରୁ ନ୍ୟୁୟର୍କକୁ ଫେରିବେ। ୨୦୧୯ ପରେ ପ୍ରଥମଥର ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରୁଛନ୍ତି।
ଜୋ ବାଇଡେନ୍ ନିଜ ଶାସନକାଳରେ ପାକିସ୍ତାନକୁ ପ୍ରାୟ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। କିନ୍ତୁ, ଗତ ଜାନୁଆରୀରେ ଟ୍ରମ୍ପ୍ ଦ୍ୱିତୀୟଥର କ୍ଷମତାରେ ଫେରିଥିବା ପରେ, ପାକିସ୍ତାନ-ଆମେରିକା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି।।
ଗତ ଜୁନ୍ରେ ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ରେ ପାକିସ୍ତାନୀ ସେନାମୁଖ୍ୟ ଆସିମ୍ ମୁନିରଙ୍କୁ ବିଶେଷ ରାତ୍ରିଭୋଜରେ ନିମନ୍ତ୍ରଣ କରିଥିଲେ।
