
ହମାସ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଚେତାବନୀ। ଗାଜାରେ ହତ୍ୟାକାଣ୍ଡ ନରୋକିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଟ୍ରୁଥ୍ ସୋସିଆଲ ମିଡିଆରେ ପୋଷ୍ଟ କରି ହମାସ୍କୁ ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ କହିଛନ୍ତି ଯେ, ହତ୍ୟାକାଣ୍ଡ ଚୁକ୍ତିର ଅଂଶ ନୁହେଁ, ତେଣୁ ହମାସ୍ ଯଦି ଏହାକୁ ବନ୍ଦ ନକରେ ତେବେ ଆମେରିକା ଭିତରେ ପଶି ସବୁ ଶେଷ କରିବାକୁ ବାଧ୍ୟ ହେବ।
ଟ୍ରମ୍ପଙ୍କ ଦ୍ଵାରା କରାଯାଇଥିବା ଗାଜା ଶାନ୍ତି ଚୁକ୍ତି ପରେ ମଧ୍ୟ ଗାଜାରେ ହମାସ୍ ରକ୍ତ ସଙ୍ଘର୍ଷ ଜାରି ରଖିଛି। ତେଣୁ ଟ୍ରମ୍ପ ଏଭଳି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ହମାସ୍ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ବିରୁଦ୍ଧରେ ହତ୍ୟା ଜାରି ରଖେ, ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ହମାସ୍ ଅସ୍ତ୍ର ଛାଡ଼ୁ ନହେଲେ ଖୁବ୍ ଶୀଘ୍ର ଆମେ ସେମାନଙ୍କୁ ନିରସ୍ତ୍ର କରିଦେବୁ। ତେବେ ଟ୍ରମ୍ପଙ୍କ ବିବୃତ୍ତି ଉପରେ ହ୍ଵାଇଟ୍ ହାଉସ୍ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ଦିଆଯାଇ ନାହିଁ।
ଗାଜାରେ ଯୁଦ୍ଧ ବିରାମ ପରେ ମଧ୍ୟ ହମାସ୍ ସାଧାରଣ ନାଗରିକଙ୍କ ଉପରେ ଗୁଳି ବର୍ଷା କରୁଛି। ଇସ୍ରାଏଲ୍ ମଧ୍ୟ ପୋଷ୍ଟ ସିଜଫାୟାର ରିଟ୍ୟାଲିଏସନ୍ ଫ୍ରେମୱାର୍କ ଆଧାରରେ କାର୍ଯ୍ୟାନୁଷ୍ଠାନ ମୁଡ୍ରେ ଅଛି। ଯଦି ଏହି ରକ୍ତ ସଙ୍ଘର୍ଷ ଜାରି ରୁହେ ତାହେଲେ ଗାଜାରେ ପୁଣି ଥରେ ବମ୍ ବର୍ଷା ହେବ ବୋଲି ଅଟକଳ କରାଯାଇଛି। ଇଣ୍ଟରନ୍ୟାସନାଲ କ୍ରାଇସିସ୍ ଗ୍ରୁପ୍ ଓ ଅଲଜିରିଆ ରିପୋର୍ଟ ଅନୁସାରେ, ଗାଜାରେ ଯୁଦ୍ଧ ବିରାମ ଲାଗୁ ହେବାର ୨ ଦିନ ପରେ ହମାସ୍ ୨୨ ନିରୀହ ପାଲେଷ୍ଟିନୀୟଙ୍କୁ ଇସ୍ରାଏଲ୍ର ଜାସୁସ୍ କହି ଗୁଳିକରି ହତ୍ୟା କରିଛି।

