Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରକ ବସ ମୁହାଁମୁହିଁ ଧକ୍କା, ଚାଳକ ମୃତ, ୨୦ରୁ ଅଧିକ ଆହତ

Posted on October 5, 2025

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମୈଦଲପୁର ଖଡକା ନିକଟରେ ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇଛି । ଫଳରେ ଟ୍ରକ ଡ୍ରାଇଭର ମୃତ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ମୈଦଲପୁର ପୋଲିସ ଉଦ୍ଧାର କରି ମେଡିକାଲ ପଠାଇଛି । ଟ୍ରକ ଡ୍ରାଇଭର ଚାପି ହୋଇ ରହିଥିବା ବେଳେ କକସରା ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ଓ ମୈଦଲପୁର ପୋଲିସ ମିଳିତ ଭାବେ ଉଦ୍ଧାର କରିଥିଲେ । ସୂଚନା ପ୍ରକାରେ ଓଡ଼ି ୧୦ ଇ ୨୨୧୨ ନଂ ଏସ୍ ବିଏମ୍ଏସ୍ ନାମକ ଏକ ଘରୋଇ ବସ ଭବାନୀପାଟଣା ଠାରୁ ଜୟପୁର ଆସୁଥିବା ସମୟରେ ବିପରୀତ ଦିଗରୁ ଡବ୍ଲ୍ୟୁ ବି ୧୫ ଇ ୧୦୦୬ ନଂ ଟ୍ରକ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକ ଡ୍ରାଇଭର ଚାପି ହୋଇ ମୃତ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା । ବସ ମଧ୍ୟରେ ୫୦ ରୁ ୬୦ ଯାତ୍ରୀ ଥିବାବେଳେ ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପୋଲିସ ଗାଡି ଓ ଆମ୍ବୁଲାନ୍ସ ସାହାର୍ଯ୍ୟରେ ମେଡିକାଲ ନିଆଯାଇଥିଲା । ସୂଚନା ଥାଉକି ମୈଦଲପୁର ମେଡିକାଲରେ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ଡାକ୍ତର ଛୁଟିରେ ଥିବା ସମୟରେ କେବଳ ଷ୍ଟାଫ ନର୍ସ ମାନଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା । ମୈଦଲପୁର ଅଞ୍ଚଳ ପାଇଁ ଏହି ମେଡ଼ିକାଲ ଭରସା ଥିବାବେଳେ ଡାକ୍ତର ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଏହି ମେଡ଼ିକାଲ ରେ ଦୁଇ ଜଣ ଡାକ୍ତର ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଖଡକା ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଛି ପ୍ରଶାସନ ଧ୍ୟାନଦେଇ ଏହି ସ୍ଥାନରେ ଦୁର୍ଘଟଣା ରୋକିବାକୁ ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହୋଇଛି । ଘଟଣା ସ୍ଥଳରେ ମୈଦଲପୁର ଥାନା ଅଧିକାରୀ ବିପିନ କୁମାର କୁଲଦିପ , ଏ ଏସ୍ ଆଇ ଲୋକେଶ କୁମାର , ଏସ୍ଡିପିଓ ସତ୍ୟଜିତ କାଣ୍ଡାନକେଲ , ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ, ହାବିଲଦାର ଶୁସିଲ କୁମାର ଦେଓ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ଆଖିବୁଜିଲେ ଦୁଇ ସାଙ୍ଗ
  • ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ
  • ଖଣ୍ଡଗିରି ମେଳା ପାଇଁ କମିଶନରେଟ୍‌ ପୁଲିସ ପ୍ରସ୍ତୁତ: ମୁତୟନ ହେବେ ୭ ପ୍ଲାଟୁନ୍‌ ପୁଲିସ ଫୋର୍ସ
  • ଓଭର ବ୍ରିଜରେ ଟ୍ରକ୍‌କୁ ପିଟିଲା କାର୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (468)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,512)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme