
ଟେକ୍ସାସରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ତିବ୍ର ରୂପ ନେଇଛି। “ଷ୍ଟାଚ୍ୟୁ ଅଫ ୟୁନିଅନ” ନାମରେ ନିର୍ମିତ ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ରିପବ୍ଲିକାନ୍ ପାର୍ଟିର ନେତା ଆଲେକଜାଣ୍ଡାର ଡଙ୍କାନଙ୍କ ମନ୍ତବ୍ୟ ଉତ୍ତେଜନା ସୃଷ୍ଟି କରିଛି।
ଡଙ୍କାନ, ଯିଏ ଆମେରିକାକୁ ଏକ ଖ୍ରୀଷ୍ଟିଆନ୍ ରାଷ୍ଟ୍ର ବୋଲି କହିଥିଲେ, ହନୁମାନ ପ୍ରତିମୂର୍ତ୍ତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ସେ ପ୍ରଶ୍ନ କରିଥିଲେ, କାହିଁକି ଟେକ୍ସାସରେ ଏହି ପ୍ରତିମୂର୍ତ୍ତି ନିର୍ମିତ ହେଲା।
ହିନ୍ଦୁ ଆମେରିକାନ୍ ଏବଂ ଇଣ୍ଡିଆନ୍ ଆମେରିକାନ୍ସ ଏହାକୁ ହିନ୍ଦୁ ବିରୋଧୀ ଏବଂ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ବୋଲି ବିରୋଧ କରିଛନ୍ତି। ବର୍ତ୍ତମାନ ଡଙ୍କାନ ଟେକ୍ସାସରୁ ସିନେଟରେ ନିର୍ବାଚନ ଲଢୁଛନ୍ତି, ଯାହା ଏହି ବିବାଦକୁ ଅଧିକ ସାମ୍ପ୍ରତିକ ଓ ଚର୍ଚ୍ଚାସ୍ପଦ କରିଛି ।

