Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟି୨୦ ବିଶ୍ବକପ ଫେବ୍ରୁଆରୀରୁ ଆରମ୍ଭ, ସେମିଫାଇନାଲ ଓ ଫାଇନାଲ ପାଇଁ ଭେନ୍ୟୁ ସ୍ଥିର

Posted on November 10, 2025

ଆଇସିସି ମହିଳା କ୍ରିକେଟ ବିଶ୍ବକପ ୨୦୨୫ ସରିବା ପରେ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କରିଦେଇଛି । ଭାରତ ଓ ଶ୍ରୀଲଙ୍କାରେ ଖେଳାଯାଇଥିବା ବିଶ୍ବକପ ଖେଳାଯାଇଥିଲା । ଏବେ ଏହି ଦୁଇ ଦେଶ ମଧ୍ୟରେ ଆଇସିସି ପୁରୁଷ ଟି୨୦ ବିଶ୍ବକପ ଆୟୋଜନ ହେଉଛି । ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ସର୍ଟଲିଷ୍ଟ କରାଯାଇଛି ।

ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ବକପ୍ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ । ବିଶ୍ୱକପର ସେମିଫାଇନାଲ, ଫାଇନାଲ ଓ ଉଦଘାଟନୀ ମ୍ୟାଚ୍ ନେଇ ଭେନ୍ୟୁ ସାମିଲ ରହିଛି । ବିଶ୍ୱକପର ପ୍ରଥମ ଓ ଶେଷ ମ୍ୟାଚ ଅର୍ଥାତ୍ ଫାଇନାଲ୍, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ ଗୋଟିଏ ସେମିଫାଇନାଲ ଆୟୋଜନ କରିବ । ଭାରତର ୫ଟି ସହରେ ମ୍ୟାଚ୍ ଖେଳାଯିବାକୁ ରହିଥିବା ବେଳେ ଶ୍ରୀଲଙ୍କାର ୩ଟି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

ଟି୨୦ ବିଶ୍ୱକପରେ ୨୦ଟି ଦଳ ଭାଗନେବେ । ଫେବୃଆରୀ ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବିଶ୍ୱକପ ଖେଳାଯିବ । ପାକିସ୍ତାନ କିମ୍ବା ଶ୍ରୀଲଙ୍କା ସେମିଫାଇନାଲକୁ ଗଲେ ଗୋଟିଏ ସେମିଫାଇନାଲ ମ୍ୟାଚ କଲମ୍ବୋରେ ଖେଳାଯିବ । ଅନ୍ୟ ସେମିଫାଇନାଲଟି ମୁମ୍ବାଇ ଓ୍ବାଙ୍ଖଡ଼େରେ ଖେଳାଯିବ । କିନ୍ତୁ ଯଦି ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସେମିକୁ ଉନ୍ନୀତ ନ ହୁଅନ୍ତି ତେବେ ଦୁଇଟି ଯାକ ସେମି ଭାରତରେ ଖେଳାଯିବ । ଏଭଳି ପରିସ୍ଥିତିରେ କୋଲକାତାରେ ଗୋଟିଏ ସେମିଫାଇନାଲ ଖେଳାଯାଇପାରିବ ।

ଭାରତ ଓ ଶ୍ରୀଲଙ୍କା ବିଶ୍ୱକପର ମିଳିତ-ଆୟୋଜନ କରୁଛି । ଉଭୟ ଦେଶର ମୋଟ ସାତଟି ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରାଯିବ । ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ କୋଲକାତାରେ ମ୍ୟାଚ ଖେଳାଯାଇପାରିବ । ଦିଲ୍ଲୀ, ମୁମ୍ବାଇକୁ କୌଣସି ନକଆଉଟ୍ ମ୍ୟାଚ ମିଳିନାହିଁ । ଶ୍ରୀଲଙ୍କାରେ ମ୍ୟାଚ୍ ପାଇଁ ତିନୋଟି ସ୍ଥାନ ଚୟନ କରାଯାଇପାରେ । ପ୍ରେମଦାସା ଷ୍ଟାଡିୟମ, ପାଲେକେଲ, ଡାମ୍ବୁଲା ଓ ହାମ୍ବନଟୋଟା ମଧ୍ୟରୁ ଗୋଟିଏ ଗ୍ରାଉଣ୍ଡ ଚୟନ କରାଯାଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme