Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟିମ୍ ଇଣ୍ଡିଆକୁ ବଡ଼ ଝଟକା; T20 ବିଶ୍ୱକପରୁ ବାଦ୍ ପଡ଼ିଲେ ଅଭିଷେକ ଶର୍ମା

Posted on February 11, 2026

T20 ବିଶ୍ବକପରେ ଟିମ୍ ଇଣ୍ଡିଆକୁ ଝଟକା । ଓପନର୍ ଅଭିଷେକ ଶର୍ମା ଅସୁସ୍ଥ । ପେଟ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପେଟ ସଂକ୍ରମଣ ଯୋଗୁଁ ଅଭିଷେକ ନାମିବ୍ୟା ବିପକ୍ଷ ମ୍ୟାଚରୁ ବାଦ୍ ପଡିଛନ୍ତି ।

ଗତ ୭ ତାରିଖରେ ଭାରତର ୟୁଏସ୍ ଏ ବିପକ୍ଷ ମ୍ୟାଚ୍ ସମୟରେ ଅଭିଷେକ ଅସୁସ୍ଥ ହୋଇଥିଲେ । ଏହା ସତ୍ତ୍ବେ ସେ ବ୍ୟାଟିଂ କରିଥିଲେ, କିନ୍ତୁ ଫିଲଡିଂ ପାଇଁ ପଡ଼ିଆକୁ ଓହ୍ଲାଇନଥିଲେ । ତାଙ୍କ ସ୍ଥାନରେ ସଂଜୁ ସାମସନ୍ ଫିଲଡିଂ କରିଥିଲେ । ତେବେ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ମଙ୍ଗଳବାର ଅଭ୍ୟାସ କରିନଥିଲେ । ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥ ଥିବାରୁ ସେ ନାମିବ୍ୟା ବିପକ୍ଷ ମ୍ୟାଚ୍ ନ ଖେଳିବାର ସମ୍ଭାବନା ରହିଛି । ଯଦି ମ୍ୟାଚ ପୂର୍ବରୁ ସୁସ୍ଥ ନ ହେଲେ ଅଭିଷେକଙ୍କ ସ୍ଥାନ ନେଇପାରନ୍ତି ସଞ୍ଜୁ ସାମସନ ।

ଆସନ୍ତା ୧୫ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ହେବ । ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟବସ୍ଥା । ଅଭିଷେକ ଶର୍ମା ବଢିଆ ଫର୍ମରେ ରହିଛନ୍ତି । ହେଲେ ୟୁଏସଏ ବିପକ୍ଷ ମ୍ୟାଚରେ ଗୋଲଡେନ ଡକର ଶିକାର ହୋଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme