ତାଳଚେର ଶିବରାମପୁର ଗାଁ ଶିବ ମନ୍ଦିର ପଛ ପାଖରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅବିଯୋଗ ।ଟଙ୍କାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଯୁବକଙ୍କୁ କାବୁ କଲେ ପରିବାର ଲୋକେ । ନିସ୍ତୁକ ମାଡ଼ ପରେ ଯୁବକକୁ ତାଳଚେର ପୋଲିସର ଜିମା ଦେଲେ ଗ୍ରାମବାସୀ ଓ ପରିବାର। ତେବେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ହେଲେ ଶିବରାମପୁର ଗାଁର ଅଶୋକ ବେହେରା । ସୂଚନା ଅନୁସାରେ ଶିବରାମପୁର ଗାଁ ରେ ଦିବ୍ୟଜୀବନ ପ୍ରଧାନ ନିଜର ନୂତନ ଘର କାର୍ଯ୍ୟ କରିବାକୁ ବିଭିନ୍ନ ସ୍ଥାନରୁ ଶ୍ରମିକ ଆଣି ନିଜର ଘର କାର୍ଯ୍ୟ ଚଳାଇଥିଲେ । ଘର କାର୍ଯ୍ୟ ଜାରି ରହିଥିବା ବେଳେ କେଉଁଝର କାଳିଆ ହତା ଅଞ୍ଚଳର କିଛି ଶ୍ରମିକ ପରିବାର ସେଠାରେ କାର୍ଯ୍ୟ କରୁଥିଲେ । ତାଙ୍କର ନାବାଳିକା କନ୍ୟାକୁ ସେଠାରେ ଥିବା ଏକ ଗଛରେ ଦୋଳି କରିଦେଇ ସେଠାରେ ସେ କାର୍ଯ୍ୟ କରୁଥିଲେ କିନ୍ତୁ ସେହିଠାରେ ତାଙ୍କ କନ୍ୟା ଦୋଳି ଖେଳୁଥିବା ସମୟରେ ମୁଖ୍ୟ ଅଭିଯୁକ୍ତ ଅଶୋକ ନାବାଳିକାକୁ ଟଙ୍କାର ପ୍ରଲୋଭନ ଦେଖାଇ ମନ୍ଦିର ପଛ ପାଖରେ ଥିବା ପମ୍ପ ହାଉସ ଘରକୁ ନେଇଯାଇଥିଲା । ସେଠାରେ ନାବାଳିକାର ବସ୍ତ୍ରକୁ ଖୋଲିବା ପରେ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ନାବାଳିକା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ସେଠାରେ କାର୍ଯ୍ୟ କରୁଥିବା ତାଙ୍କ ପିତା ମାତା ଦୌଡ଼ି ଆସି ଯୁବକଙ୍କୁ କାବୁ କରିବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଓ ସ୍ଥାନୀୟ ଲୋକ ଅଭିଯୁକ୍ତଙ୍କୁ ନିର୍ଧୁମ ମାଡ଼ ମାରିବା ପରେ ପୋଲିସର ଜିମା ଦେଇଥିଲେ ।ତେବେ ଏହି ଘଟଣାକୁ ନେଇ ଅନୁଗୋଳରୁ ଆସିଥିବା ଦୁଇ ଜଣିଆ ସାଇଣ୍ଟିଫିକ ଟିମ ଓ ତାଳଚେର ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରୀ ରଖିଛି ।
