Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜୁବିନ ଗର୍ଗ ମୃତ୍ୟୁ ଘଟଣାରେ ଦୁଇ ଗିରଫ, ଘଟଣା ସମୟରେ ସାଥିଲେ ଥିଲେ ଏମାନେ…..

Posted on October 3, 2025

ଲୋକପ୍ରିୟ ଗାୟକ ଜୁବନ୍ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଜୁବିନଙ୍କ ବ୍ୟାଣ୍ଡର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୂର୍ବରୁ ଜୁବିନଙ୍କ ମ୍ୟାନେଜର ଓ ୟାର୍ଟ ପାର୍ଟିର ଆୟୋଜକ ହୋଇଥିଲେ ଗିରଫ । ଆସାମ ପୋଲିସ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୋଲିସ ଗିରଫ କରାଯାଇଥିଲା ।ଏମାନଙ୍କୁ ବିଏନଏସ ଧାରାରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଏ ପର୍ଯ୍ୟନ୍ତ ଜୁବୀନ ଗର୍ଗ ମୃତ୍ୟୁ ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ପଚରାଉଚରା କରାଯାଇଛି । ନିକଟରେ, ଜୁବୀନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବିଷୟରେ ସନ୍ଦେହ ପ୍ରକାଶ କରି ତଦନ୍ତ ପାଇଁ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଥିଲେ । ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ ।

ସେ କହିଛନ୍ତି, “ଜୁବିନ ଗର୍ଗଙ୍କ ସହ ପ୍ରକୃତରେ କ’ଣ ହେଲା, ଆମେ ଜାଣିନାହୁଁ । ତାଙ୍କ ମୃତ୍ୟୁ କିପରି ଘଟିଲା, ଏହା ଏପର୍ଯ୍ୟନ୍ତ ଏକ ରହସ୍ୟ । ଆମକୁ ଏହାର ଜବାବ ଦରକାର । ସେ ଅବହେଳାର ଶିକାର ହୋଇଛନ୍ତି, ଏହା ନିଶ୍ଚିତ, କିନ୍ତୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଅବହେଳା କରାଗଲା ? ମୁଁ ତଦନ୍ତ ଉପରେ ବିଶ୍ୱାସ କରେ ।”

ଗରିମା କହିଛନ୍ତି ଯେ ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୮ରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ସେ ସିଙ୍ଗାପୁରରେ ହେବାକୁଥିବା କୌଣସି ୟାଟ ପାର୍ଟି ବିଷୟରେ କହିନଥିଲେ । ଆଉ ଜୁବିନ ପାଣିରେ ବୁଡ଼ି ମରିବା ପରେ ତାଙ୍କ ପତ୍ନୀଙ୍କ ସନ୍ଦେହ ହୋଇଥିବାରୁ ସେ ତଦନ୍ତ ଦାବି କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme