Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ଯୁବକ ମୃତ

Posted on October 6, 2025

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କାଳିଆ ରେଡ୍ଡୀ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଗାଁର ଋଷିକୁଲ୍ୟା ନଦୀ ପଠାରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା । ଗ୍ରାମର କିଛି ଯୁବକ ଏହାକୁ ଚଳାଇଥିବା ବେଳେ ଗତ ରାତିରେ ଖେଳରୁ ବାହାରିଥିବା ଟଙ୍କା ଭାଗ ବଣ୍ଟାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ କାଳିଆ ରେଡ୍ଡୀ ଗୁରୁତର ଆହତ ହେବା ପରେ ତାଙ୍କୁ ନିକଟସ୍ଥ ଆସିକା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ହିଞ୍ଜିଳି ନିକଟରେ କାଳିଆଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଧରାକୋଟ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି। ଖୁବ୍ ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ଧରାପଡ଼ିବେ ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ଆଖିବୁଜିଲେ ଦୁଇ ସାଙ୍ଗ
  • ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ
  • ଖଣ୍ଡଗିରି ମେଳା ପାଇଁ କମିଶନରେଟ୍‌ ପୁଲିସ ପ୍ରସ୍ତୁତ: ମୁତୟନ ହେବେ ୭ ପ୍ଲାଟୁନ୍‌ ପୁଲିସ ଫୋର୍ସ
  • ଓଭର ବ୍ରିଜରେ ଟ୍ରକ୍‌କୁ ପିଟିଲା କାର୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (468)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,512)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme