
ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୁଲିସ ପକ୍ଷରୁ ଅପରେସନ ନେତ୍ର ଆଧାରରେ ଚାଲିଥିବା ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ି ଙ୍କୁ ଗିରଫ।ଗିରଫ ମାନେ ହେଲେ ଲମଟିବାହାଲ ନୂଆପଡା ର ଧର୍ମେନ୍ଦ୍ର ୟାଦବ(୩୩), ଓ ପି ଏମ କଲୋନୀ ର ସମୀର ଭାଇନା(୧୯), ଲମଟି ବାହାଲ ଇବପିଟ ର କିଷ୍ଣା ସିଂ(୨୨), ଲମଟିବାହାଲ ନୂଆପଡା ର ରଞ୍ଜିତ ରାୟ,(୨୮), ଇବପିଟ ର ରୋହିତ ସିଂ(୩୫)।ଘଟଣା ଷ୍ଟେଲରୁ ୬ଟି ମୋବାଇଲ, ୪ ଟି ବାଇକ , ନଗଦ ୩୪୭୦ ଟଙ୍କା ଓ ୨ମୁଠା ତାସ ଜବତ କରିଛି। ଏହି ଜୁଆଖେଳ ଇବପିଟ ରୋହିଦାସ ପଡ଼ାରେ ଖେଳ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢ଼ାଉ କରିଥିଲା।


