Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜୁଆର ମାଡ଼ରେ ଭାଙ୍ଗିଲା ୪ଟି ଦୋକାନ ଓ ଶୌଚାଳୟ

Posted on October 9, 2025

ଜୁଆର ମାଡ଼ରେ ଭାଙ୍ଗିଲା  ୪ ଟି ଦୋକାନ ଗୃହ ସହିତ ଶୌଚାଳୟ । ଭୟରେ ତଳସାରୀର ମତ୍ସ୍ୟଜୀବୀ, ବ୍ୟବସାୟୀ ଓ ପର୍ଯ୍ୟଟକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ  ବେଳାଭୂମିର ଥିବା  ମତ୍ସ୍ୟବତରଣ କେନ୍ଦ୍ରଟି ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଧସ୍ତବିଧ୍ୱସ୍ତ ହୋଇ ପଡିଛି l   ଏଥିରେ ୪ଟି ଦୋକାନ ଗୃହ ଓ ଶୌଚାଳୟ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି  l

 ଫଳରେ ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ, ମତ୍ସ୍ୟଜୀବୀ, ଗ୍ରାମବାସୀ  ଓ ହୋଟେଲ ମାଲିକ ମାନେ ଆତଙ୍କିତ ହୋଇ ପଢ଼ିଛନ୍ତି   l    ତାଳସାରୀ ଠାରେ ମତ୍ସ୍ୟଜୀବୀ ଓ ଗ୍ରାମବାସୀ ମାନଙ୍କର ଅର୍ଥନୈତିକ ବିକାଶ ପାଇଁ ୨୦୦୩ ମସିହା ଏପ୍ରିଲ ୧୬ ତାରିଖରେ ୧ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇ ତତ୍କାଳୀନ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ରାଷ୍ଟ୍ର ମନ୍ତ୍ରୀ ତଥା ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି   ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ମତ୍ସ୍ୟ ଅବତରଣ କେନ୍ଦ୍ରଟି ଉଦଘାଟିତ ହୋଇଥିଲା ।  

ପ୍ରତ୍ୟେକ ଦିନ ଶହ ଶହ ମତ୍ସ୍ୟଜୀବୀ ସେମାନଙ୍କର ମାଛ ଡ଼ଙ୍ଗାରୁ ଅବତରଣ କରି ଏଠାରେ ବ୍ୟବସାୟ କରିଥାନ୍ତି । ଏହା ସହ ବେଳାଭୂମିକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଆସି ପ୍ରକୃତିର ମନୋରମ ଦୃଶ୍ୟ ଦେଖି ମଜା ଉଠାଇଥାନ୍ତି  l   ମାତ୍ର ଗତ ଅମ୍ଫlନ ଜୁଆର ମାଡ଼ରେ  ଜେଟି ଧସ୍ତବିଧ୍ୱସ୍ତ ହେବା ସହି ଏହା ଉପରେ ୧୦ ଫୁଟ ଉଚ୍ଚର ଜୁଆର ପାଣି ପ୍ରଭାବିତ ହେବା ଯୋଗୁ ବେଳାଭୂମିରେ ଥିବା  ଶତାଧିକ ଦୋକାନ ସମୁଦ୍ର ପାଣିରେ ଭାସି ଯାଇଥିଲା  l  

ତତ୍କାଳୀନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହାର ନବୀକରଣ ପାଇଁ ୨କୋଟି ଟଙ୍କା ମଂଜୁର କରିଥିଲେ ମଧ୍ୟ ଏଯାବତ  ପୂର୍ଣ୍ଣାଙ୍ଗୀକରଣ ହୋଇନଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଅଭିଯୋଗ କରିଛନ୍ତି  l ସେହିଭଳି ଜେଟି ସଂଲଗ୍ନ ଏକମାତ୍ର ଶୌଚାଳୟଟି ଚାରି ବର୍ଷ ତଳେ ୩ ଲକ୍ଷ ଟଙ୍କା ବ୍ୟୟରେ ତାଳସାରୀ ଗଙ୍ଗାମାତା ଫିସାରମେନ କୋପରେଟିଭ ସୋସାଇଟି ତରଫରୁ ନିର୍ମାଣ କରାଯାଇଥିଲା  l  ଫଳରେ ଉକ୍ତ ଶୌଚାଳୟ ଉପରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ମତ୍ସ୍ୟଜୀବୀ ମାନେ ଶୌଚକାର୍ଯ୍ୟ କରୁଥିଲେ ମାତ୍ର ଉଚ୍ଚ ଜୁଆର ମାଡ଼ରେ ଉକ୍ତ ଶୌଚାଳୟଟି ଭାଙ୍ଗିରୁଜି ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି   l
—

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme