Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜୀବନ ନେଇ ଚାଲିଛି କିଲର୍ ଗାଡ଼ି

Posted on January 22, 2026

ରାସ୍ତାରେ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି କିଲର୍ ଗାଡ଼ି । ଗତକାଲି ସକାଳୁ ଖୋର୍ଦ୍ଧା ଗଙ୍ଗପଡ଼ା ନିକଟରେ ଜାତୀୟ ରାଜପଥ ୧୬ରେ ଭୟଙ୍କର ଥାର୍ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଆହତ ଜଣକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଦ୍ରୁତ ଗତିରେ ଆସୁଥିବା ଥାର୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଥାର୍ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିଲା । ଇନଫୋ ଭ୍ୟାଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଥାର ଗାଡ଼ିରେ ମୋଟ ୪ ଜଣ ଥିଲେ । ମୃତାହତମାନେ ଜଟଣୀ ବ୍ଲକ ମଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଥାର୍ ଗାଡ଼ିଟି ମାତ୍ର ୧୫ ଦିନ ତଳେ କିଣାଯାଇଥିଲା ।

ଅନ୍ୟପଟେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ସାମ୍ନାରେ ଏକ ଥାର୍ ଗାଡ଼ି ବୁଲେଟ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ି ଜବତ କରାଯାଇଛି । ଡ୍ରାଇଭର୍ ଫେରାର୍ ଥିବା ସୂଚନା । ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣଙ୍କ ଓଲ୍ଡ ଟାଉନ୍ ଗୋଷାଗରେଶ୍ଵର ଛକରେ ରହୁଥିବା ରାଜା ପେଦିନି ।

ସେହିପରି ଚନ୍ଦକା ଅଞ୍ଚଳରେ ମଧ୍ୟ ଥାର୍-ଭେନ୍ୟୁ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବିଲ ଭିତରେ ପଶିଯାଇଥିଲା ଥାର୍ । ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା । ଦ୍ରୁତ ଗତିରେ ଗାଡ଼ି ଚଳାଇ ଭାରସାମ୍ୟ ହରାଇ ବିଲ ଭାତରକୁ ପଶିଗଲା ଗାଡ଼ି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚନ୍ଦକା ପୁଲିସର ଛାନଭିନ୍ । ଉଭୟ ଥାର୍ ଏବଂ ଭେନ୍ୟୁ କାର୍କୁ ଜବତ କରି ଥାନାକୁ ନେଇଥିଲା ଚନ୍ଦକା ପୁଲିସ । ରାଜଧାନୀରେ ୩-୩ଟି ଥାର୍ ଦୁର୍ଘଟଣା । ବାରମ୍ୱାର ଥାର୍ ଗାଡ଼ି ଦୁର୍ଘଟଣା ଘଟାଉଥିବା ଖବର ସାମନାକୁ ଆସୁଛି । ଗତ ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ବର ପାତ୍ରପଡ଼ାରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ତେବେ କାହିଁକି ବାରମ୍ବାର ଜୀବନ ନେଉଛି ଥାର୍ ? ଦାମୀ ଗାଡ଼ି ସଉକ ନିଶାରେ ରାସ୍ତାରେ ଲଗାମଛଡ଼ା ହୋଇଯାଉଛନ୍ତି କି ଡ୍ରାଇଭର ? ଓଭର ସ୍ପିଡରେ ଥାର୍ ଚଳାଇବା ଏକ ସଉକ୍ ପାଲଟିଗଲାଣି କି ?

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme