Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାପାନରେ ଅଗ୍ନି ଉଦ୍‌ଗୀରଣ, ୪.୪ କିମି ଉପରକୁ ଉଠିଲା ପାଉଁଶ

Posted on November 18, 2025

ଜାପାନର ପଶ୍ଚିମ ଦ୍ୱୀପ କ୍ୟୁଷୁରେ ଏକ ଭୟଙ୍କର ଅଗ୍ନି ଉଦ୍‌ଗୀରଣ ହୋଇଛି । ଆଗ୍ନେୟଗିରିର ନାଁ ସାକୁରାଜିମା, ଯାହା କାଗୋଶିମା ସହର ନିକଟସ୍ଥ ଦକ୍ଷିଣ ଦିଗରେ ଅବସ୍ଥିତ । ଗତ ରବିବାର ସାକୁରାଜିମା ଆଗ୍ନେୟଗିରିରେ ୩ ଥର ବିସ୍ଫୋରଣ ହେଲା, ଯାହା ଦ୍ୱାରା ଧୂଆଁ ଓ ପାଉଁଶ ବାୟୁମଣ୍ଡଳରେ ୪.୪ କିମି ଉପରକୁ ଉଠିଲା । ଏଥିଯୋଗୁ କୋଗିଶିମା ବିମାନବନ୍ଦରରୁ ୩୦ ଉଡ଼ାଣ ବାତିଲ କରାଗଲା ।

ପ୍ରଥମ ବିସ୍ଫୋରଣ ରବିବାର ରାତି ପ୍ରାୟ ୧ଟାରେ, ୨ୟ ୨.୩୦ରେ ଏବଂ ୩ୟ ସକାଳ ୮.୫୦ରେ ହୋଇଥିଲା । ପାଉଁଶର ବାଦଲ ଏତେ ଉଚ୍ଚକୁ ଉଠିଲା ଯେ ଆକାଶରେ କଳା ବାଦଲ ଛାଇଗଲା । ଗତ ୧୩ ମାସରେ ପ୍ରଥମ ଥର ୪ କିମି ଉପରକୁ ପାଉଁଶ ଉଠିଲା । ଏହା ପୂର୍ବରୁ ୨୦୧୯ରେ ସାକୁରାଜିମା ଆଗ୍ନେୟଗିରିରୁ ୫.୫ କିମି ଉଚ୍ଚକୁ ପାଉଁଶ ଉଠିଥିଲା । ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ସାକୁରାଜିମା ଜାପାନର ଅନ୍ୟତମ ସବୁଠୁ ସକ୍ରିୟ ଆଗ୍ନେୟଗିରି । ଏଥିରେ ନିୟମିତ ଛୋଟ ଛୋଟ ବିସ୍ଫୋରଣ ହୁଏ । କିନ୍ତୁ ବଡ଼ ବିସ୍ଫୋରଣ ମାମଲା ଖୁବ୍ କମ୍ । ବର୍ଷ ତମାମ ଏହା ସକ୍ରିୟ ରହୁଥିବାରୁ ସ୍ଥାନୀୟ ଲୋକେ ସର୍ବଦା ପ୍ରସ୍ତୁତ ଥାନ୍ତି । ରିଙ୍ଗ୍ ଅଫ୍ ଫାୟାର କୁହାଯାଉଥିବା କ୍ଷେତ୍ରରେ ଜାପାନ ଅବସ୍ଥିତ । ଏଠାରେ ଭୂକମ୍ପ ଓ ଅଗ୍ନି ଉଦ୍‌ଗୀରଣ ଅଧିକ ହୁଏ । କ୍ୟୁଷୁ ଦ୍ୱୀପରେ ଅନେକ ଆଗ୍ନେୟଗିରି ଅବସ୍ଥିତ, କିନ୍ତୁ ସାକୁରାଜିମା ସବୁଠୁ ଚର୍ଚ୍ଚିତ । ୧୯୧୪ରେ ଏଠାରେ ବଡ଼ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ପୂରା ଦ୍ୱୀପ ମୁଖ୍ୟ ଭୂମି ସହ ଯୋଡ଼ିହେଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme