Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାନୁଆରୀ ୨୧ରେ ମହାପ୍ରଭୁଙ୍କ ପଦ୍ମ ବେଶ

Posted on December 14, 2025

ଆସନ୍ତା ଜାନୁଆରୀ ୨୧ ତାରିଖ ବୁଧବାର ଦାରୁବ୍ରହ୍ମଙ୍କ ପଦ୍ମ ବେଶ । ଶ୍ରୀମନ୍ଦିର ରତ୍ନସିଂହାସନରୁଢ଼ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସୁଶୋଭିତ କରାଯିବ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପଦ୍ମ ପୁଷ୍କରିଣୀରେ ପ୍ରସ୍ଫୁଟିତ ବିଶାଳ ପଦ୍ମ କେଶର ମଧ୍ୟରେ ଶ୍ରୀମୁଖ ଶୋଭାପାଇବ । ଏଣୁ ବଡ଼ ଛତା ମଠରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

ପୂର୍ଣ୍ଣିମା ତିଥିରେ ଗୁରୁବାର ପଦ୍ମ ବେଶ ନିର୍ମାଣ ଅନୁକୂଳ ହୋଇଥିଲା । ମଠ ମହନ୍ତ, ପୂଜାରୀ ଓ ମୁଖ୍ୟ ବେଶ ନିର୍ମାଣକାରୀଙ୍କ ଉପସ୍ଥିତିରେ ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସୋଲ ଓ ବିଭିନ୍ନ ସରଞ୍ଜାମ ପୂଜା କରାଯାଇଛି । ମୁଖ୍ୟ ବେଶ ନିର୍ମାଣକାରୀ ତଥା ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଠାକୁରଙ୍କ ଉଦ୍ଦେଶ୍ୟରେ ଶ୍ରୀମୁଖ ପଦ୍ମ, ପଦ୍ମଫୁଲ ଓ ଗଛ ଆଦି ତିଆରି ହେଉଛି । ଦେବତା ଶ୍ରୀମସ୍ତକରେ ଚୂଳମାନ ଲାଗି ହେବେ । ସେଦିନ ରାତ୍ର ଚନ୍ଦନଲାଗି ନୀତି ବଢ଼ିବା ପରେ ବଡ଼ସିଂହାରରେ ଠାକୁରେ ଏହି ବେଶ ହେବେ । ଭକ୍ତମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଠାକୁରଙ୍କୁ ଏହି ବେଶରେ ଦର୍ଶନ କରି ଧନ୍ୟ ହେବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme