Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାଣନ୍ତୁ ମହିଳା କ୍ରିକେଟର ଇତିହାସ

Posted on November 6, 2025

ଆଇସିସି ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଟିମ୍ । ନଭେମ୍ବର ୨ ତାରିଖରେ ନଭୀ ମୁମ୍ବାଇର ଡିୱାଇ ପାଟିଲ ସ୍ପୋଟର୍ସ ଏକାଡେମୀରେ ଖେଳାଯାଇଥିବା ଭାରତ-ସାଉଥ ଆଫ୍ରିକାକୁ ୫୨ ରନରେ ହରାଇଛି । ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିନ୍ତୁ ମହିଳା କ୍ରିକେଟ ଏହି ସ୍ଥିତିରେ ପହଞ୍ଚିବା ଏତେ ସହଜ ନ ଥିଲା । ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା ମହିଳା କ୍ରିକେଟର୍ ମାନଙ୍କୁ ।

ଆଜି ସାରା ବିଶ୍ୱରେ ମହିଳା କ୍ରିକେଟର ବେଶ ଦବ୍‌ଦବା ରହିଛି । ତଥାପି, ଏତେ ସଂଘର୍ଷ ପରେ ବି ମହିଳା କ୍ରିକେଟ ପୁରୁଷଙ୍କ ତୁଳନାରେ କମ ଧ୍ୟାନ ପାଇଥାଏ । ତେବେ ଆସନ୍ତୁ ଜାଣିବା ମହିଳା କ୍ରିକେଟର ଇତିହାସ ବିଷୟରେ । କ୍ରିକେଟ ଇତିହାସରେ ୨୬ ଜୁଲାଇ ୧୭୪୫ରେ ଖେଳାଯାଇଥିଲା ପ୍ରଥମ ମହିଳା ମ୍ୟାଚ । ତେବେ ସରକାରୀ ଆକଳନ ଅନୁଯାୟୀ, ୧୮୮୭ରେ ୟର୍କସାୟାର ପ୍ରଥମ କ୍ରିକେଟ କ୍ଲବ ନିର୍ମାଣ ହୋଇଥିଲା । ଯେଉଁଠାରେ ତିନି ବର୍ଷ ପରେ ପ୍ରଥମଥର ପାଇଁ ଏକ ମହିଳା କ୍ରିକେଟ ଟିମ୍ ଗଠନ ହେଲା ।

ପ୍ରଥମ ମହିଳା କ୍ରିକେଟ ଟିମ୍ ନାମ ଇଂଲଣ୍ଡ ‘ଲେଡି କ୍ରିକେଟର’ ରଖାଯାଇଥିଲା । ଏହି ଟିମ୍ ଗଠନ ହେବା ସହିତ ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ । ଆଗକୁ ଯାଇ ଏହା ଅନ୍ୟ ଦେଶରେ ମଧ୍ୟ ପହଞ୍ଚିଥିଲା । ଧୀରେ ଧୀରେ କ୍ରିକେଟ ମହିଳାମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାକୁ ଲାଗିଲା । ଖୁବ ଶୀଘ୍ର ଏହା ଅନେକ ଦେଶରେ ଖେଳାଯିବା ମଧ୍ୟ ଆରମ୍ଭ ହେଲା । ମହିଳା କ୍ରିକେଟ ମ୍ୟାଚ ପାଇଁ ଲୋକଙ୍କ କ୍ରେଜ ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଲା । ଯାହାପରେ ୧୯୩୪ରେ ପ୍ରଥମ ମହିଳା ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା ।

ଏହି ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇଥିଲା । ୧୯୭୩ରେ, ଟେଷ୍ଟ ପରେ ମହିଳା କ୍ରିକେଟର ପ୍ରଥମ ଦିନକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ମହିଳା କ୍ରିକେଟ ଆଉ ପଛକୁ ଫେରି ଚାହିଁନାହିଁ, ମହିଳାମାନେ ସେମାନଙ୍କର ଦକ୍ଷତା ଏବଂ ଦୃଢ ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱରେ ନିଜର ଛାପ ଛାଡିଛନ୍ତି । ଆଜିର ସମୟରେ ମହିଳା କ୍ରିକେଟ ବହୁତ ଉପର ସ୍ତରରେ ଅଛି । ଆଉ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ ସାରା ଦେଶ ଗର୍ବିତ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme