Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାଣନ୍ତୁ କେଉଁମାନେ ଖାଇବା ଉଚିତ୍ କରମଙ୍ଗା

Posted on October 24, 2025

ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର । ସେଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା ।କରମଙ୍ଗା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ସେତିକି ଲାଭଦାୟକ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା ମଧ୍ୟ କରାଯାଉଛି । ଏଥିରେ ଭିଟାମିନ୍ ସି, ଫାଇବର, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ବି ଭଳି ଅନେକ ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଖାସ୍ କଥା ହେଉଛି ଯେ, ଏଥିରେ କ୍ୟାଲୋରି ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସହାୟକ । ଏହି ଫଳ ଅନେକ ଲୋକଙ୍କ ଉପରେ  ଭଲ ପ୍ରଭାବ ପକାଉଥିବାବେଳେ ଆଉ କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏହାର ଉପକାର ସମ୍ପର୍କରେ ଜାଣିବା ।

ଡାଇବେଟିସ ରୋଗ ବର୍ତ୍ତମାନ ସମୟରେ ବଡ଼ ସମସ୍ୟା ପାଲଟିଛି । ଯାହାର ଖାଦ୍ୟପେୟକୁ ନିୟନ୍ତ୍ରଣ କରି ରୋକାଯାଇପାରିବ । ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କରମଙ୍ଗାକୁ ନିଜ ଖାଇବାରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ଏକ ଚମତ୍କାରୀ ଫାଇଦା ଦେବ ।

ବର୍ତ୍ତମାନ ସମୟର ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ପାଚନକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟା ପାଇଁ କରମଙ୍ଗା ବେଷ୍ଟ ହୋଇଥାଏ । କରମଙ୍ଗାରେ ଫାଇବର ଭରପୁର ମାତ୍ରାରେ ରହିଛି । ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।

ଯଦି ଓଜନକୁ ନେଇ ଚିନ୍ତାରେ ରହିଛନ୍ତି ତେବେ କରମଙ୍ଗା ଖାଇବା ଉଚିତ୍ । ଯାହା ଓଜନ ହ୍ରାସର ଯାତ୍ରାକୁ ସହଜ କରିଥାଏ । ଏହା ବ୍ୟତୀତ ଏହି ଖଟା ମିଠା ଫଳଟି ଦୁର୍ବଳତା ଭଳି ସମସ୍ୟାକୁ ମଧ୍ୟ ଚୁଟକିରେ ଗାଏବ କରିଦେଇଥାଏ । ଆସ୍ଥମା ରୋଗୀଙ୍କ ପାଇଁ ଉପଯୋଗୀ କରମଙ୍ଗା । ଯାହା ଖାଇବା ଦ୍ବାରା ଶ୍ବାସ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ପାଇଲ୍ସ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଏହି ଫଳ । ଏଥିରେ ଲୁଣ ଏବଂ ଗୋଲମରିଚ ମିଶାଇ ଖାଇବା ଦ୍ବାରା ଅଧିକ ଲାଭ ମିଳିଥାଏ । ହାଡ଼କୁ ମଧ୍ୟ ମଜବୁତ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

ଏତିକି ନୁହେଁ ବରଂ ଚର୍ମ ଜନିତ ସମସ୍ୟା ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ । ଯେମିତିକି ଏକଜିମା, ଦାଗ ପଡିବା, ଣ୍ଡାଇ ହେବା ଭଳି ଆଦି ସମସ୍ୟାରୁ ଆରାମ ପ୍ରଦାନ କରିଥାଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme