Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜଳିଗଲା ଧାନଗଦା, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

Posted on December 14, 2025

ନିଆଁ ଲାଗି ଜଳିଗଲା ଧାନଗଦା। ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରରେ ଠାକୁରାଣୀ ମନ୍ଦିର ପଛପଟେ ରହିଥିବା ଧାନଗଦାରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା। ମଧ୍ୟ ରାତ୍ର ସମୟ ହୋଇଥିବା ଯୋଗୁଁ କେହି ଜାଣି ପାରିନଥିଲା । ସକାଳେ ଧାନଗଦାରେ ନିଆଁ ଲାଗିଥିବା ଦେଖି ଚାଷୀମାନେ ସୋରଡ଼ା ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମବାହିନୀ ଆସି ନିଆଁ ଲିଭାଇ ଥିଲେ । ନିଆଁ ଲାଗିବା ବିଳମ୍ବରେ ଜଣାପଡିଥିବା ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଛି । ୧୩ ଜଣ ଚାଷୀଙ୍କ ୧୫ ଏକର ଚାଷ ଜମିରୁ ଅମଳ ହୋଇଥିବା ଧାନ ଫସଲ ପୋଡ଼ି ନଷ୍ଟ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme