
ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ୧୦ ରୁ ଅଧିକ ଆହତ, ତିନି ଗୁରୁତର । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୁରୀ ଅସ୍ତରଙ୍ଗ ଥାନା ଜାମୁଗାଁରେ ଜମିଜମାକୁ ନେଇ ଏହି ଗଣ୍ଡଗୋଳ ହୋଇଛି । ଢେଲା ପଥର ମାରି ଦୁଇ ପରିବାରର ପରସ୍ପରକୁ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣ ଆହତ ଏବଂ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପଥମେ ଅସ୍ତରଙ୍ଗ ମେଡିକାଲରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
