
ପୁଣି ଦୁର୍ଘଟଣା ଘଟାଇଲା ‘ଆମବସ୍ ’। ଭୁବନେଶ୍ବର ଜନପଥରେ ବାଇକକୁ ଧକ୍କା ଦେଲା ଆମବସ୍ । ଦୁର୍ଘଟଣା ପରେ ‘ଆମବସ୍’କୁ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ। ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକ ଏକାଧିକ ଆମବସ ଭାଙ୍ଗିଦେଇଥିବା ସୂଚନା ମିଳିଛି । ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର । ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା ହୋଇଛି ।
