
କେନ୍ଦୁଝର ବନଖଣ୍ଡର ପାଟଣା ବନାଞ୍ଚଳର ମାଛଗଡ଼ ନିକଟରେ ମହାବଳ ବାଘୁଣୀର ପାଦଚିହ୍ନ ଠାବ ହୋଇଛି । ଉକ୍ତ ବାଘୁଣୀଟି ଶିମିଳିପାଳ ଅଭୟାରଣ୍ୟରୁ କେନ୍ଦୁଝର ବନଖଣ୍ଡକୁ ଆସିଛି । ମହାବଳ ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୩୫ଟି କ୍ୟାମେରା ଲାଗିଛି । ଗତ ୨ ବର୍ଷ ତଳେ ମହାବଳ ବାଘ କେନ୍ଦୁଝର ବନଖଣ୍ଡର ଅଟେଇ ଓ ତେଲକୋଇ ବନାଞ୍ଚଳରେ ଠାବ ହୋଇଥିଲା । ମହାବଳ କିଛିଦିନ ରହିବା ପରେ ପୁଣି ଶିମିଳିପାଳ ଫେରି ଯାଇଥିଲା । ତେବେ ବାଘ ଫେରି ଯାଇଥିବା ବେଳେ ବାଘୁଣୀ ଏବେ କେନ୍ଦୁଝର ବନଖଣ୍ଡକୁ ଫେରିଛି । ଶିମିଳିପାଳରୁ ବାଘୁଣୀ ଆସି ପହଞ୍ଚି ଯିବା ପରେ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବାକୁ ସଚେତନ କରାଯାଉଛି।

