Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଛେଳିଆପଦା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

Posted on November 6, 2025

 ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ମାଣ୍ଡିଆ ରାସ୍ତାର ଛେଳିଆପଦା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୁରୁବାର ସକାଳେ ଏକ ଟ୍ରକ୍ ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ଧାରଣାରେ ବସି ରାସ୍ତାରେ ଭାରି ଯାନ ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିବାରୁ ଦାବି କରିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ, ଗଣେଶ ଘଡାଇଙ୍କ ୯ ବର୍ଷର ପୁଅ ସାଇକେଲରେ ଗାଁ ରାସ୍ତାରେ ଆସୁଥିବା ବେଳେ ନାକପୋଲ ଆଡୁ ଯାଉଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢି ଯାଇଥିଲା। ତାଙ୍କୁ ତୁରନ୍ତ ପରିବାର ପକ୍ଷରୁ ଧର୍ମଶାଳା ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ଗ୍ରାମବାସୀ ରାସ୍ତା ଉପରେ କ୍ଷତିପୂରଣ ଦାବି କରି ଧାରଣାରେ ବସିଛନ୍ତି । ଏହା ସହ ରାସ୍ତାରେ ଭାରି ଯାନ ଚଳାଚଳ ସବୁଦିନ ପାଇଁ ବନ୍ଦ କରିବାକୁ ମଧ୍ୟ ଦାବି କରୁଛନ୍ତି। ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚିଛନ୍ତି। ଟ୍ରକ୍ ଡ୍ରାଇଭରକୁ ଗ୍ରାମବାସୀ ଏକ ଘର ମଧ୍ୟରେ ବନ୍ଦ୍ କରି ରଖିଥିବା ଜଣାପଡ଼ିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme