ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ କାର୍ଯ୍ୟାଳୟକୁ ଘେରାଉ କଲେ ଶତାଧିକ କ୍ଷତିଗ୍ରସ୍ତ ପ୍ରଜା । ଖଣି ପାଇଁ ଅଞ୍ଚଳରେ ପ୍ରଦୂଷଣ ବଡ଼ୁଥିବାରୁ , ଦିଲ୍ଲୀ ଠାରୁ ବଳି ଗଲାଣୀ ଅନୁଗୋଳ ଜିଲ୍ଲାର ପ୍ରଦୂଷଣ ମାତ୍ରା l ଯାହାକୁ ବିରୋଧ କରି କୋଇଲା ଖଣି ଦ୍ୱାରା ପ୍ରଭାବିତ ହେଉଥିବା କ୍ଷତି ଗ୍ରସ୍ତପ୍ରଜା ମାନେ ଛେଣ୍ଡିପଦା ଅଞ୍ଚଳରୁ କୋଇଲା ଖଣି ହଟାଅ ପରିବେଶ ବଞ୍ଚାଅ ନାରା ଦେଇ ଛେଣ୍ଡିପଦା ଡାବଙ୍ଗଳା ଠାରୁ ହଜାରରୁ ଉର୍ଦ୍ଧ୍ବ କ୍ଷତି ଗ୍ରସ୍ତପ୍ରଜା ମାନେ ଏକ ବିରାଟ ରାଲିରେ ଆସି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l କୋଇଲା ଖଣି ହେଲେ ଛେଣ୍ଡିପଦାର ପ୍ରଦୂଷଣ ମାତ୍ରା, ଜଳ ଜମି ଜୀବିକା ପ୍ରଭାବିତ ହେବ ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ବିରୋଧରେ ନାରା ଦେଇଥିଲେ l
